ଥିଏଟରର ଗୁରୁତ୍ବତା ଅଧିକ

ଥିଏଟରର ଗୁରୁତ୍ବତା ଅଧିକ
Ipsita Picture
By: Ipsita
Published On

 

ୟଶରାଜ ଫିଲ୍ମସର ବହୁପ୍ରତିକ୍ଷିତ ସ୍ପାଏ ୟୁନିଭର୍ସ ଚଳଚ୍ଚିତ୍ର ଆଲ୍ଫାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରଯୋଜନା ସଂସ୍ଥା ନେଟଫ୍ଲିକ୍ସର ୨୧୫ କୋଟି ଟଙ୍କାର ଓଟିଟି ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୨୬ରେ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଆଲିଆ ଭଟ୍ଟ ଏବଂ ଶର୍ବରୀ ୱାଘ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଯଦିଓ ନେଟଫ୍ଲିକ୍ସ ଏହି ଫିଲ୍ମକୁ ସିଧାସଳଖ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍ କରିବା ପାଇଁ ମୋଟା ଅଙ୍କର ଡିଲ୍ ପ୍ରସ୍ତାବ ଦେଇଥିଲା, ମାତ୍ର ୟଶରାଜ ଫିଲ୍ମସ ଏହାକୁ ଗୁଜବ ବୋଲି କହିବା ସହ ବଡ଼ ପରଦାର ଅନୁଭୂତିକୁ ଗୁରୁତ୍ୱ ଦେଇ ଅଫରକୁ ଖାରଜ କରିଛି। ଫିଲ୍ମର ମୁଖପାତ୍ର କହିଛନ୍ତି ଯେ ଆଲ୍ଫାସେମାନଙ୍କ ପାଇଁ ଏକ ବଡ଼ ପ୍ରୋଜେକ୍ଟ ଏବଂ ଏହାକୁ ସିଧାସଳଖ ଓଟିଟିରେ ରିଲିଜ୍ କରିବାର କୌଣସି ଯୋଜନା ନାହିଁ। ଶିବ ରାୱେଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ବବି ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ପୂର୍ବରୁ ଏହି ଫିଲ୍ମଟି ଗତ ବର୍ଷ ଡିସେମ୍ବରରେ ରିଲିଜ୍ ହେବାର ଥିଲା, କିନ୍ତୁ ଭିଏଫ୍ଏକ୍ସ କାମ ବାକି ଥିବାରୁ ଏହାକୁ ୧୭ ଏପ୍ରିଲ ୨୦୨୬କୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ଏହାର ରିଲିଜ ଖବର ଆସିବାପରେ ଫ୍ୟାନଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

Tags: