ଫେରୁଛନ୍ତି ଗୋଲ୍ଡେନ ଯୋଡି

ଫେରୁଛନ୍ତି ଗୋଲ୍ଡେନ ଯୋଡି
Ipsita Picture
By: Ipsita
Published On

 

ୱେଲକମ୍ ଟୁ ଦି ଜଙ୍ଗଲ୍' ଫିଲ୍ମର ଟାଇଟଲ୍ ଟ୍ରାକ୍କୁ ଇଣ୍ଟରନେଟ୍ରେ ଦର୍ଶକଙ୍କ ପ୍ରଚୁର ଭଲପାଇବା ଦେଉଛନ୍ତି । ଏହି ଫିଲ୍ମଟି ଭାରତୀୟ ଫିଲ୍ମର ଅନେକ ବଡବଡ ଷ୍ଟାରଙ୍କୁ ନେଇ ନିର୍ମିତ ହୋଇଛି । ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଦୀର୍ଘ ଦିନ ପରେ ପରଦାକୁ ଫେରୁଥିବା ରବିନା ଟଣ୍ଡନ ଏବଂ ଅକ୍ଷୟ କୁମାରଙ୍କ ସୁପରହିଟ୍ ଯୋଡ଼ି। ସୂଚନା ଅନୁସାରେ ଅଭିନେତ୍ରୀ ରବିନା ଟଣ୍ଡନ ଏହି ଆଗାମୀ କମେଡି ଡ୍ରାମା ପାଇଁ ପ୍ରାୟ ୧୮ ଦିନ ସୁଟିଂ କରିଛନ୍ତି ଏବଂ ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯାହା କାହାଣୀର ମନୋରଞ୍ଜନ ଓ ସସ୍ପେନ୍ସକୁ ଆହୁରି ବଢାଇଛି । ସୂତ୍ର ଅନୁଯାୟୀ, ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଅକ୍ଷୟ କୁମାରଙ୍କ ସହ ରବିନାଙ୍କର ଏକ ସମ୍ପୂର୍ଣ୍ଣ ନୂଆ କେମିଷ୍ଟ୍ରି ଦେଖିବାକୁ ମିଳିବ, ଯାହା ପୂର୍ବରୁ ସେମାନେ ଶେୟାର କରିଥିବା ସ୍କ୍ରିନ୍ ସ୍ପେସ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ପୂର୍ବରୁ 'ମୋହରା', 'ଖିଲାଡ଼ିଓଁ କା ଖିଲାଡ଼ି', 'ବାରୁଦ', ଏବଂ 'କିମତ: ଦେ ଆର୍ ବ୍ୟାକ୍' ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଏକାଠି କାମ କରି ବଲିଉଡର ଅଲ୍-ଟାଇମ୍ ଗୋଲ୍ଡେନ ଯୋଡ଼ି ଭାବେ ପରିଚିତ ଏହି ଦୁଇ କଳାକାର ।  ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଅକ୍ଷୟ ଓ ରବିନାଙ୍କ ବ୍ୟତୀତ ସୁନୀଲ ଶେଟ୍ଟୀ, ଜ୍ୟାକି ଶ୍ରଫ୍, ଦିଶା ପାଟନୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅରସଦ ୱାର୍ସି, ଉର୍ବଶୀ ରାଉତେଲା, ତୁଷାର କପୁର, ଶ୍ରେୟସ ତଲପଡ଼େ, ଆଫତାବ ଶିବଦାସାନି, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, କିକୁ ଶାରଦା, କୃଷ୍ଣା ଅଭିଷେକ, ବିନ୍ଦୁ ଦାରା ସିଂହ ଏବଂ ଦଲେର ମେହେନ୍ଦୀଙ୍କ ଭଳି ବହୁ ପ୍ରତିଷ୍ଠିତ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ବହୁ ପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ଜୁନ୍ ୨୬, ୨୦୨୬ ରେ ରିଲିଜ ହେବାନେଇ ଯୋଜନା ରହିଛି । ଫିଲ୍ମକୁ ନେଇ ମେକର୍ସଙ୍କ ସହିତ ଦର୍ଶକ ସମସ୍ତେ ଖୁବ ଆଶାବାଦୀ ଅଛନ୍ତି ।

Tags: