ପସନ୍ଦ ଆସିଛି ଉପହାର
ବିଶ୍ୱ ପ୍ରସିଦ୍ଧ ପପ୍ ଷ୍ଟାର୍ ରିହାନାଙ୍କୁ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର ପକ୍ଷରୁ ଏକ ମୂଲ୍ୟବାନ ‘ଡାଇମଣ୍ଡ ଟେନିସ୍ ବ୍ରେସଲେଟ୍’ ଉପହାର ଦିଆଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୨ କୋଟି ଟଙ୍କା ବୋଲି ଜଣାପଡ଼ିଛି । ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ‘ଦି ପିପୁଲ୍ ଗ୍ୟାଲେରୀ’ ପେଜ୍ରେ ସେୟାର କରାଯାଇଥିବା ଏକ ଭିଡିଓରେ ରିହାନା ଏକ ହୀରା ବ୍ରେସଲେଟ୍କୁ ଦେଖାଇଛନ୍ତି ଏବଂ ଏହା ତାଙ୍କୁ ଭାରତର ଅମ୍ବାନୀ ପରିବାରଠାରୁ ଉପହାର ମିଳିଛି ବୋଲି ସ୍ପଷ୍ଟ କରିଛନ୍ତି । ଯାହାପରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଏପ୍ରିଲ ମାସରେ ନିଜର ବିଉଟି ବ୍ରାଣ୍ଡ ‘ଫେଣ୍ଟି ବିଉଟି’ର ପ୍ରମୋସନାଲ୍ ଇଭେଣ୍ଟ ଏବଂ ପପ୍-ଅପ୍ ଷ୍ଟୋର୍ ଲଞ୍ଚ୍ ଅବସରରେ ମୁମ୍ବାଇ ଆସିଥିବା ରିହାନା, ଅମ୍ବାନୀଙ୍କ ବାସଭବନ ‘ଆଣ୍ଟିଲିଆ’ ମଧ୍ୟ ଯାଇଥିଲେ । ଅମ୍ବାନୀ ପରିବାର ସହିତ ରିହାନାଙ୍କର ସମ୍ପର୍କ ଖୁବ ପୁରୁଣା । ପୂର୍ବରୁ ୨୦୨୪ରେ ଅମ୍ବାନୀ ପରିବାରର ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜାମନଗର ଆସିବା ରିହାନାଙ୍କର ପ୍ରଥମ ଭାରତ ଗସ୍ତ କରିଥିଲେ ଏବଂ ବିବାହର କାର୍ଯ୍ୟକ୍ରମରେ ଭାଗମଧ୍ୟ ନେଇଥିଲେ ।




