ବଢୁଛି ଆଞ୍ଚଳିକ ସିନେମାର କ୍ରେଜ

ବଢୁଛି ଆଞ୍ଚଳିକ ସିନେମାର କ୍ରେଜ
Ipsita Picture
By: Ipsita
Published On

 

ଏକ ସାକ୍ଷାତକାରରେ ବଲିଉଡ ସହ ସାଉଥ ସିନେମାକୁ ତୁଳନା କରିଛନ୍ତି  ଅଭିନେତ୍ରୀ ପାର୍ବତୀ ଥିରୁଭୋଥୁ । ପାର୍ବତୀଙ୍କ କହିବା ଅନୁଯାୟୀ, ଆଞ୍ଚଳିକ ସିନେମାରେ କାହାଣୀ କହିବାର ଶୈଳୀ ବେଶ୍ ନିର୍ଭୀକ ହୋଇଥାଏ। ଯାହା  ବଲିଉଡ୍ ସିନେମାରେ ପ୍ରାୟତଃ ଦେଖିବାକୁ ମିଳେନାହିଁ । ବଲିଉଡରେ ଅଧିକ ଅର୍ଥ ବିନିଯୋଗ ହେଉଥିବାରୁ ସାହସୀ ପଦକ୍ଷେପ ନେବା କଷ୍ଟକର ବୋଲି ଯେଉଁ ଯୁକ୍ତି ବଢାଯାଏ, ତାହାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ । ତାଙ୍କ ମତରେ ଅଧିକ ଅର୍ଥ ଥିଲେ ହିଁ ଜଣେ ଅଧିକ ସାହସୀ ହେବା ଉଚିତ୍, କିନ୍ତୁ  ବଲିଉଡ ଫିଲ୍ମ କ୍ଷେତ୍ରରେ ଏଭଳି ହୋଇନଥାଏ । ହେଲେ ରିଜୋନାଲ ଫିଲ୍ମରେ ଏଭଳି ସାହସ ଦେଖିବାକୁ ମିଳୁଥିବା ସେ ମତ ଦେଇଛନ୍ତି । ତେଣୁ ବଲିଉଡ ସିନେମା ଅପେକ୍ଷା ରିଜୋନାଲ ସିନେମାର କାହାଣୀରେ ଅଧିକ ନିର୍ଭୀକତା ଦେଖିବାକୁ ମିଳିଥାଏ । ସେହିଭଳି ବର୍ତ୍ତମାନ ଦର୍ଶକ ମଧ୍ୟ ଏଭଳି ସିନେମାକୁ ଅଧିକ ଭଲପାଇବା ଦେବା ଆରମ୍ଭ କରିଛନ୍ତି ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି । ତାଙ୍କର ଏହି ସାକ୍ଷାତକାରଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କର ଏଭଳି ବୋଲ୍ଡ ଷ୍ଟେଟମେଣ୍ଟକୁ ତାଙ୍କ ଫ୍ୟାନମାନେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି ।

Tags: