ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ

ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ୨୦୧୬ଥିଲା ସମସ୍ୟା ବହୂଳ

ଅଭିନେତ୍ରୀ ତାରା ସୁତାରିଆ ବର୍ତ୍ତମାନ ନିଜ ପ୍ରେମ ସମ୍ପର୍କ ନୁହେଁ ବରଂ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଓ ବୀର ପହାଡିଆଙ୍କର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିବା ନେଇ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ ବୀରଙ୍କର ଏକ ପୋଷ୍ଟ ବର୍ତ୍ତମାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସମୟ ଭଲ ହେଉ କିମ୍ବା ମନ୍ଦ ସବୁବେଳେ ବଦଳିଥାଏ ବୋଲି ବୀର ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହା ଫ୍ୟାନଙ୍କୁ ଏହି ଚର୍ଚ୍ଚାକୁ ବଢାଇବାକୁ ହିଣ୍ଟ ଯୋଗାଇଛି । ତେବେ ଏନେଇ ଉଭୟ ତାରା କି ବୀରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ନିକଟରେ ବୀରଙ୍କୁ ସାର୍ବଜନିନ ସ୍ଥାନରେ ଏକୁଟିଆ ଦେଖିବାକୁ ମିଳୁଛି । ପୂର୍ବରୁ ଏକ କନ୍ସଟକୁ ନେଇ ମଧ୍ୟ ଏହି ଲଭ ବାର୍ଡ ବିବାଦରେ ଥିଲେ । ଉକ୍ତ କନସର୍ଟରେ ତାରା ଜଣେ ସିଙ୍ଗରଙ୍କ ସହିତ ନୃତ୍ୟ କରୁଥିଲେ ଏବଂ ତଳେ ବୀର ତାଙ୍କୁ ଦେଖୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ପରେ ଉଭୟ ଏହାକୁ ଏଡିଟିଂର କମାଲ ବୋଲି ଫ୍ୟାନଙ୍କୁ ଜଣାଇଥିଲେ । ତେବେ ଉଭୟଙ୍କ ଫ୍ୟାନ କିନ୍ତୁ ଦ୍ବନ୍ଦ୍ବରେ ଅଛନ୍ତି ଉଭୟଙ୍କ ସମ୍ପର୍କକୁ ନେଇ ।

ସମ୍ବନ୍ଧିତ ଖବର ବଦଳି ଯାଇଥିଲା ସ୍କ୍ରିପ୍ଟ

Tags: