ବନ୍ଦ ହୋଇନି ସିନେମା
By: Ipsita
ସମ୍ବନ୍ଧିତ ଖବର ଧମକ କୁ ନେଇ ଚିନ୍ତାରେ
ଭାରତୀୟ ସିନେମାର ଜଣାଶୁଣା ନିର୍ଦ୍ଦେଶକ ଲୋକେଶ କନଗରାଜ ନିଜର ବହୁପ୍ରତିକ୍ଷିତ ଚଳଚ୍ଚିତ୍ର 'କୈଥି-୨' ଏବଂ ତାଙ୍କର ସ୍ୱତନ୍ତ୍ର ସିନେମାଟିକ୍ ୟୁନିଭର୍ସ ଏଲ ସି ୟୁ କୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ରୋକ୍ ଲଗାଇଛନ୍ତି। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ 'କୈଥି-୨'ରୁ ଓହରି ଯାଇଥିବା ଏବଂ ଏଲ୍ ସି ୟୁ ବନ୍ଦ ହୋଇଯାଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଲୋକେଶ କହିଛନ୍ତି ଯେ ଅଲ୍ଲୁ ଅର୍ଜୁନଙ୍କ ସହ ତାଙ୍କର ଆଗାମୀ ପ୍ରୋଜେକ୍ଟ ପରେ ସେ ସିଧାସଳଖ 'କୈଥି-୨'ର କାମ ଆରମ୍ଭ କରିବେ । ୨୦୧୯ର ବ୍ଲକବଷ୍ଟର ଚଳଚ୍ଚିତ୍ର 'କୈଥି'ର ଏହି ସିକ୍ୱେଲ୍ରେ ପୁଣିଥରେ କାର୍ତ୍ତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏତଦ୍ ବ୍ୟତୀତ, ଲୋକେଶ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେଞ୍ଜ୍' ମଧ୍ୟ ଏଲ୍ ସି ୟୁର ଏକ ଅଂଶ ହେବ, ଯାହା ଏହି ସିନେମାଟିକ୍ ୟୁନିଭର୍ସକୁ ଆହୁରି ବ୍ୟାପକ କରିବ।
ସମ୍ବନ୍ଧିତ ଖବର ସଫଳତା ପଛରେ ରହିଛି ଅନେକ ସଂଘର୍ଷ
Tags:



