ସଂଘର୍ଷପୂର୍ଣ୍ଣ ଥିଲା କ୍ୟାରିୟର
ବର୍ଷ ବର୍ଷ ଧରି ପ୍ରତ୍ୟାଖ୍ୟାନ, ନିରାଶଜନକ କ୍ୟାରିୟର୍ ଏବଂ ' ମିଡ୍ନାଇଟ୍ସ ଚିଲ୍ଡ୍ରେନ୍ ' ଓ ' ବାହୁବଳୀ : ବିଫୋର୍ ଦ ବିଗିନିଂ ' ଭଳି ବଡ଼ ପ୍ରୋଜେକ୍ଟ ବନ୍ଦ ହୋଇଯିବା ପରେ ଅଭିନେତ୍ରୀ ୱାମିକା ଗବ୍ବି ଅଭିନୟ ଛାଡ଼ିବାକୁ ଚିନ୍ତା କରିଥିଲେ । ମୁମ୍ବାଇରେ ପ୍ରାୟ ସାତ ବର୍ଷ ବିତାଇବା ପରେ ମଧ୍ୟ ସେ ଆଶାନୁରୂପ ସୁଯୋଗ ପାଉନଥିଲେ। ମାତ୍ର ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜଙ୍କ ସହ ଏକ ତିନିଦିନିଆ ଅଭିନୟ କର୍ମଶାଳା ତାଙ୍କପାଇଁ ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା । ପରବର୍ତ୍ତୀ ସମୟରେ ବିକ୍ରମାଦିତ୍ୟ ମୋଟୱାନେଙ୍କ ୱେବ୍ ସିରିଜ୍ 'ଜୁବିଲି' ତାଙ୍କୁ ଫେମ ଦେଇଥିଲା । ଯାହାପରେ ସେ ଅନେକ ହିଟ ଫିଲ୍ମ ସହ ସିରିଜରେ ଅଭିନୟ କରିଛନ୍ତି । ତେବେ ନିଜ କ୍ୟାରିୟରର ପ୍ରାରମ୍ଭିକ ସମୟରେ ସେ ଅନେକ କମେଣ୍ଟ ଶୁଣିଛନ୍ତି, ଯାହା ତାଙ୍କୁ ଖୁବ ନିରାଶ କରିଥିଲା । ହେଲେ ନିଜ ଉପରେ ଥିବା ବିଶ୍ବାସ କାରଣରୁ ସେ ଆଜି କ୍ୟାରିୟରରେ ଏତେ ବାଟରେ ପହଞ୍ଚି ପାରିଛନ୍ତି ।
Tags:




