ସଫତା ପାଇଁ ଭଗବାନଙ୍କୁ ଶ୍ରେୟ
ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର୍ ଅଭିନେତ୍ରୀ ତ୍ରିଷା କୃଷ୍ଣନ୍ ବର୍ତ୍ତମାନ ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କର ନୂଆ ଫିଲ୍ମର କିଛି ଅକୁହା କଥା ଦର୍ଶକଙ୍କୁ ଶୁଣାଇଛନ୍ତି । ମେ ୧୫, ୨୦୨୬ରେ ମୁକ୍ତିଲାଭ କରିଥିବା ତାଙ୍କର ବହୁପ୍ରତୀକ୍ଷିତ ଫାଣ୍ଟାସି ଆକ୍ସନ-ଡ୍ରାମା ଫିଲ୍ମ 'କରୁପ୍ପୁ' ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ଚାଲିଛି । ଆର.ଜେ. ବାଲାଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ତାମିଲ ଚଳଚ୍ଚିତ୍ରରେ ତ୍ରିଷା ଦୀର୍ଘ ଦୁଇ ଦଶନ୍ଧି ପରେ ସୁପରଷ୍ଟାର୍ ସୂର୍ଯ୍ୟାଙ୍କ ସହ ପୁଣିଥରେ ପରଦା ସେୟାର କରି ନିଜର ଚମତ୍କାର ଅଭିନୟ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେବେ ସେ ନିଜର ଏହି ସଫଳତା କେବଳ ଭଗବାନଙ୍କ ଆଶୀର୍ବାବ ବୋଲି ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ଭାଇରାଲ ହେବା ପରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।
Tags:



