ପ୍ରତିଭା ହିଁ ମାପକାଠି

ପ୍ରତିଭା ହିଁ ମାପକାଠି
Ipsita Picture
By: Ipsita
Published On

 

ଫିଲ୍ମ 'ଦୁଲହନିଆ ଲେ ଆଏଗୀ'ରେ କାଷ୍ଟ ହୋଇଥିବା ଅଭିନେତ୍ରୀ ଖୁଶାଲୀ କୁମାରଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଦେଶକ-ପ୍ରଯୋଜକ ଆକାଶାଦିତ୍ୟ ଲାମା  କେବଳ ଖୁଶାଲୀଙ୍କ ପ୍ରତିଭା ପାଇଁ ତାଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଖୁଶାଲୀ ହେଉଛନ୍ତି ଟିସିରିଜ ମାଲିକ ଗୁଲସନ କୁମାରଙ୍କ ଝିଅ, ତେଣୁ  ସେ ପ୍ରଫେସନ ଅନୁସାରେ ନିର୍ଦ୍ଦେଶକ ଆକାଶିଦିତ୍ୟଙ୍କର ପ୍ରତିଦ୍ବନ୍ଦୀ । କାରଣ ସେ ମଧ୍ୟ ଏକ ଛୋଟ ମ୍ୟୁଜିକ୍ କମ୍ପାନୀ ଚଳାଉଛନ୍ତି । ହେଲେ ସେ ଖୁଶାଲୀଙ୍କୁ କେବଳ ଜଣେ ଭଲ ଅଭିନେତ୍ରୀ ଭାବରେ ଚୟନ କରିଛନ୍ତି।  'ଧୋଖା: ରାଉଣ୍ଡ ଦ କୋର୍ଣ୍ଣର' ଏବଂ 'ଷ୍ଟାରଫିଶ୍'ର କିଛି ଦୃଶ୍ୟ ଦେଖିବା ପରେ ଫିଲ୍ମର 'ନବ୍ୟା' ଚରିତ୍ର ପାଇଁ ସେ ହିଁ ସବୁଠାରୁ ଉପଯୁକ୍ତ ହେବେ ବୋଲି ନିର୍ଦ୍ଦେଶକ ଭାବିଥିଲେ । ପୂର୍ବରୁ କୌଣସି ନିର୍ଦ୍ଦିଷ୍ଟ ଇମେଜ୍ ନଥିବା ଏବଂ କମେଡ଼ି କରିନଥିବା ଜଣେ ଅଭିନେତ୍ରୀଙ୍କୁ ନେଇ ଫିଲ୍ମରେ କିଛି ହଟକେ କରିବାକୁ ସେ ଟ୍ରାଏ କରିଛନ୍ତି ବୋଲି ମତ ଦେଇଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି ।

Tags: