ପ୍ରତିଭାର ଆବଶ୍ୟକତା ରହିଛି

ପ୍ରତିଭାର ଆବଶ୍ୟକତା ରହିଛି
Ipsita Picture
By: Ipsita
Published On

 

ନିକଟରେ ଆଲିଆ ଭଟ୍ଟଙ୍କୁ ରେଡ ସି ଇଣ୍ଟରନ୍ୟାସନାଲ ଫିଲ୍ମଫେଷ୍ଟିଭାଲରେ ଦେଖିବାକୁ ମିଳିଥିଲା । ଏଥିରେ ଆଲିଆ ଖୁବ ଗର୍ଜିଅସ ଲୁକରେ ନଜର ଆସିଥିଲେ । ସେହିଭଳି ଏହି ଫେଷ୍ଟିଭାଲରେ ଆଲିଆ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ନିଜ ମତ ପ୍ରକାଶ କରିଥିଲେ । ତାଙ୍କ ମତରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରତିଭାର ଆବଶ୍ୟକତା ଖୁବ ଅଧିକ ଅଛି । ଯଦି କେହି ବି ନେପୋଟିଜିମ କାରଣରୁ ସୁଯୋଗ ପାଉଛନ୍ତି ହେଲେ ତାଙ୍କ ପାଖେ ପ୍ରତିଭା ନାହିଁ ତେବେ ସେ ଷ୍ଟାର ହୋଇପାରିବେ ନାହିଁ । ଏହାର ଅନେକ ଉଦାହରଣ ବଲିଉଡରେ ମଧ୍ୟ ରହିଛି । ସେହିଭଳି ଯଦି ଟେବୁଲରେ କିଛି ଭଲ ଖାଦ୍ୟ ରହିଲା ତେବେ ସମସ୍ତେ ପସନ୍ଦ କରିବେ । ସେହିଭଳି ନିଜ ଝିଅଙ୍କ ବିଷୟରେ ମଧ୍ୟ ଏହି ଫଙ୍କସନରେ ଆଲିଆ କଥା ହେଉଥିବାର ଦେଖିବାକୁ ମିଳିଥିଲା । ରାହା ବର୍ତ୍ତମାନ ବଡ ହେଉଛନ୍ତି ଏବଂ ତାଙ୍କ ସହିତ ଆଲିଆଙ୍କର ଖୁବ ଭଲ ସମୟ କଟୁଛି ବୋଲି ଆଲିଆ ମତ ଦେଇଥିଲେ । ଆଗକୁ ନିଜ କ୍ୟାରିୟରରେ ସେ ଆହୁରି ପରିଶ୍ରମ କରିବେ ବୋଲି ଆଲିଆ ପ୍ରକାଶ କରିଥିଲେ । ସେହିଭଳି କାମ କରିବାକୁ ସେ ଯେ କୌଣସି ବି ସ୍ଥାନକୁ ଯାଇପାରିବେ ବୋଲି ଆଲିଆ ଏଠାରେ କହିଥିଲେ ।

Tags: