ତବୁଙ୍କ ନୁଆ ଲୁକ

ତବୁଙ୍କ ନୁଆ ଲୁକ
Ipsita Picture
By: Ipsita
Published On

 

ନିକଟରେ ଅଭିନେତ୍ରୀ ତବୁଙ୍କର ନୂଆ ଫିଲ୍ମର ଲୁକ ରିଲିଜ ହୋଇଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ନାଗାର୍ଜୁନ ଆକ୍କିନେନୀଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର 'କିଙ୍ଗ ୧୦୦' ଆସନ୍ତା ୨୦୨୬ ଡିସେମ୍ବର କ୍ରିସମାସ ଅବସରରେ ରିଲିଜ ହେବାନେଇ ଯୋଜନା ରହିଛି । ଏହି ଫିଲ୍ମରେ ତବୁଙ୍କର ସ୍ପେସାଲ ଲୁକର ଏକ ଝଲକ ମେକର୍ସମାନେ ସୋସିଆଲ ମିଡିଆରେ ରିଲିଜ କରିଛନ୍ତି । ଏହି ୫୦-ସେକେଣ୍ଡର ଭିଡିଓରେ ଦୀର୍ଘ ୨୮ ବର୍ଷ ପରେ ନାଗାର୍ଜୁନ ଓ ତବୁଙ୍କୁ ଏକାଠି ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳୁଛି । ତେବେ ତବୁଙ୍କୁ ଏଥିରେ ନେଗେଟିଭ ଭୂମିକାରେ ଦେଖିବାକୁ ମିଳିବା ନେଇ ଆକଳନ କରାଯାଉଛି । ତବୁଙ୍କର ଏହି ଭିନ୍ନ ଚରିତ୍ରକୁ ତାଙ୍କର ଫ୍ୟାନମାନେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସମସ୍ତେ ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ଖୁବ ଉତ୍ସାହିତ ଥିବା ସୋସିଆଲ ମିଡିଆରୁ ଜଣା ପଡୁଛି ।

Tags: