ରାଗି ନାହାନ୍ତି ତବ୍ବୁ

ରାଗି ନାହାନ୍ତି ତବ୍ବୁ
Ipsita Picture
By: Ipsita
Published On

 

ଅକ୍ଷୟ କୁମାର ଏବଂ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଯୋଡ଼ି ‘ଭୂତ ବାଙ୍ଗଲା’ ଜରିଆରେ ବକ୍ସ ଅଫିସରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଫିଲ୍ମର ଏହି ସଫଳତା ମଧ୍ୟରେ ଅଭିନେତ୍ରୀ ତବୁଙ୍କ ଭୂମିକାକୁ ନେଇ କିଛି ଗୁଜବ ସୃଷ୍ଟି ହୋଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ ଅକ୍ଷୟ କୁମାରଙ୍କ କହିବା ଅନୁଯାୟୀ ତବୁଙ୍କ ଅଭିନୀତ ଅଂଶକୁ ଏଡିଟିଂ ସମୟରେ କାଟି ଦିଆଯାଇଛି ଏବଂ ସେ ଏଥିପାଇଁ ଅସନ୍ତୁଷ୍ଟ ଅଛନ୍ତି । ତେବେ ଏହି ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ନିର୍ଦ୍ଦେଶକ ପ୍ରିୟଦର୍ଶନ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ତବୁ ଶୁଟିଂ କରିଥିବା ସମସ୍ତ ଦୃଶ୍ୟ ଫିଲ୍ମରେ ରହିଛି ଓ ସେ ଏହି ସଫଳତାରେ ବେଶ୍ ଖୁସି ଅଛନ୍ତି । ଏଥିସହ ସେ କହିଛନ୍ତି ଯେ ଅକ୍ଷୟ କୁମାର କେବେ ହେଲେ ଏଡିଟିଂ କାମରେ ହସ୍ତକ୍ଷେପ କରନ୍ତି ନାହିଁ ଏବଂ ଏଭଳି ନକାରାତ୍ମକ ଗୁଜବ ପ୍ରସାର କରୁଥିବା ବ୍ୟକ୍ତିମାନେ ଲଜ୍ଜିତ ହେବା ଉଚିତ । ସେହିଭଳି ଫିଲ୍ମରେ ପରେଶ ରାୱଲ, ରାଜପାଲ ଯାଦବ ଏବଂ ଅସରାନୀଙ୍କ ଭଳି କଳାକାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି, ଯାହା ଦର୍ଶକଙ୍କୁ ହଲକୁ ଆଣିବାକୁ ସକ୍ଷମ ହୋଇପାରିଛି ।

Tags: