ସୁସ୍ମିତା ଜଣେ ହୀରା

ସୁସ୍ମିତା ଜଣେ ହୀରା
Ipsita Picture
By: Ipsita
Published On

 

ବ୍ୟବସାୟୀ ତଥା ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦୀ ନିକଟରେ ନିଜର ପୂର୍ବତନ ପାର୍ଟନର ତଥା ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କୁ ଖୁବ୍ ସ୍ପେଶାଲ ବୋଲି କହିବା ସହ ତାଙ୍କ ଉପରେ ଲାଗିଥିବା 'ଗୋଲ୍ଡ ଡିଗର' ଆରୋପକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁସ୍ମିତାଙ୍କୁ ଜଣେ 'ସେଲ୍ଫ-ମେଡ୍' ଏବଂ ଜଣେ ସ୍ୱାଭିମାନୀ ଧନୀ ମହିଳା ଭାବେ ସେ ବର୍ଣ୍ଣନା କରିଛନ୍ତି । ସୁସ୍ମିତା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ଏବଂ ସେମାନଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଥିଲା । ତେବେ ଏହା କେବଳ ଦୂରତା ଓ କ୍ୟାରିୟର ଯୋଗୁଁ ଆଗକୁ ବଢ଼ିପାରିଲାନି। ସୋସିଆଲ ମିଡିଆ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇ ସେ ସ୍ପଷ୍ଟ କରିଛନ୍ତି ଯେ, ସୁସ୍ମିତାଙ୍କ ସହ ବାହାରକୁ ଗଲେ ସବୁ ଜିନିଷର ପେମେଣ୍ଟ ନିଜେ ସୁସ୍ମିତା ହିଁ କରୁଥିଲେ । ସେ ତ କେବଳ ଜଣେ 'କେପ୍ଟ ବୟଫ୍ରେଣ୍ଡ' ଭଳି ଥିଲେ । ତେଣୁ ସୁସ୍ମିତା 'ଗୋଲ୍ଡ ଡିଗର' ନୁହନ୍ତି ବରଂ ସୁସ୍ମିତାଙ୍କ ଭଳି ଜଣେ ପ୍ରକୃତ ହୀରାକୁ ପାଇବା ପାଇଁ ସେ ନିଜେ ଜଣେ 'ଡାଇମଣ୍ଡ ଡିଗର' ହେବାକୁ ଚାହୁଁଥିଲେବୋଲି ଲଳିତ ମୋଦି ମତ ଦେଇଛନ୍ତି । ଏଥିସହିତ ଜଣେ ସିଙ୍ଗଲ ମଦର ଭାବେ ସୁସ୍ମିତା ନିଜର ଦୁଇ ଝିଅ ରେନି ଓ ଆଲିଶାଙ୍କର ଯେଭଳି ଭଲ ପାଳନପୋଷଣ କରିଛନ୍ତି, ତାହାକୁ ଲଳିତ ଖୁବ୍ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ଜୁଲାଇ ୨୦୨୨ରେ ଲଳିତ ମୋଦୀ ସୁସ୍ମିତାଙ୍କ ସହ କିଛି ଫଟୋ ସେୟାର କରି ନିଜ ସମ୍ପର୍କର ସାର୍ବଜନୀନ ଘୋଷଣା କରିଥିଲେ । ଯାହାପରେ ସେମାନଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା ଏବଂ ସେମାନେ ସେହି ବର୍ଷ ଗୁଗଲ୍ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଲଳିତ ମୋଦୀ ଫେବୃଆରୀ ୨୦୨୫ରେ ଏକ ଭିଡିଓ ପୋଷ୍ଟ ଜରିଆରେ ସୁସ୍ମିତାଙ୍କ ସହ ନିଜର ବ୍ରେକଅପ୍ବିଷୟରେ ନିଶ୍ଚିତ କରିବା ସହ ନିଜର ନୂତନ ସାଥୀ ରୀମା ବୋରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ହେଲେ ଆଜି ବି ସୁସ୍ମିତା ତାଙ୍କର ଜଣେ ଖୁବ୍ ଭଲ ବନ୍ଧୁ ହୋଇ ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Tags: