ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ ଗିରଫ
ହାଇଦ୍ରାବାଦ : ହଲରେ ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନ ଗିରଫ । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ର ସ୍କ୍ରିନିଂ ବେଳେ ହୋଇଥିଲା ଦଳାଚକଟା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ବିନା ଖବର ଦେଇ ହଲରେ ଅଲ୍ଲୁ ଅର୍ଜ୍ଜୁନ ପହଞ୍ଚିବାରୁ ତାଙ୍କୁ ଦେଖିବାକୁ ଭିଡ଼ ଅଣାୟତ୍ତ ହୋଇଥିଲା । ଅଲ୍ଲୁ ଅର୍ଜ୍ଜୁନଙ୍କ ସହିତ ହିରୋଇନ ରଶ୍ମିକା ମାନ୍ଧାନା ମଧ୍ୟ ସେଠାକୁ ଯାଇଥିବା ସୂଚନା ମିଳିଛି । ଏହି ଘଟଣା ପାଇଁ ଅଲ୍ଲୁ […]
ହାଇଦ୍ରାବାଦ : ହଲରେ ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନ ଗିରଫ । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ର ସ୍କ୍ରିନିଂ ବେଳେ ହୋଇଥିଲା ଦଳାଚକଟା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ବିନା ଖବର ଦେଇ ହଲରେ ଅଲ୍ଲୁ ଅର୍ଜ୍ଜୁନ ପହଞ୍ଚିବାରୁ ତାଙ୍କୁ ଦେଖିବାକୁ ଭିଡ଼ ଅଣାୟତ୍ତ ହୋଇଥିଲା । ଅଲ୍ଲୁ ଅର୍ଜ୍ଜୁନଙ୍କ ସହିତ ହିରୋଇନ ରଶ୍ମିକା ମାନ୍ଧାନା ମଧ୍ୟ ସେଠାକୁ ଯାଇଥିବା ସୂଚନା ମିଳିଛି । ଏହି ଘଟଣା ପାଇଁ ଅଲ୍ଲୁ ଅର୍ଜ୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଚି଼କ୍କଡ଼ପାଲ୍ଲୀ ପୋଲିସ ଷ୍ଟେସନ ନିଆଯାଇଛି । ପୂର୍ବରୁ ତାଙ୍କ ବିରୋଧରେ ବିଏନଏସ ୧୦୫ ଓ ୧୧୮ରେ ପୋଲିସ ମାମଲା ରୁଜୁ କରିଥିଲା ଡିସେମ୍ବର ୪ରେ ହୋଇଥିବା ଏହି ଦଳାଚକଟା ହୋଇଥିଲା ।
ଶେଷ ସୂଚନା ଅନୁସାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ନାମପାଲ୍ଲି କୋର୍ଟ । ଚଞ୍ଚଳଗୁଡା ଜେଲ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଘଟଣାର ଜରୁରୀ ଶୁଣାଣି ପାଇଁ ତେଲେଙ୍ଗାନା କୋର୍ଟକୁ ଗଲେ ଅଲ୍ଲୁ ଅର୍ଜୁନ ।




