ସୁପରହିରୋ ସଲମାନ
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଖୁବଶୀଘ୍ର ଏକ ନିଆରା ସୁପରହିରୋ ଅବତାରରେ ଦେଖିବାକୁ ମିଳିପାରେ, ଯେଉଁଥିପାଇଁ ଚଳଚ୍ଚିତ୍ର ନିର୍ମାତା ଯୋଡ଼ି ରାଜ-ଡିକେ ତାଙ୍କ ସହ ଆଲୋଚନା କରୁଥିବା ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରର କାହାଣୀ ପାରମ୍ପରିକ ସୁପରହିରୋ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏହି ଫିଲ୍ମରେ ଜଣେ ସୁପରହିରୋ ବାରମ୍ବାର ଦୁନିଆକୁ ରକ୍ଷା କରି କରି ଥକି ଯାଇଛନ୍ତି ଏବଂ ଏବେ ନିଜ ଦାୟିତ୍ୱରୁ ଅବସର ନେଇ ଏକ ସାଧାରଣ ଜୀବନ ବିତାଇବାକୁ ଚାହୁଁଛନ୍ତି ତାହା ଚିତ୍ରଣ କରାଯାଇଛି । ହଲିଉଡ ଫିଲ୍ମ 'ହ୍ୟାନକକ୍' ଶୈଳୀର ଏହି କାହାଣୀରେ କମେଡି ଓ ଡ୍ରାମାର ସମନ୍ୱୟ ରହିବ। ସଲମାନଙ୍କୁ ଏହି କନସେପ୍ଟ ପସନ୍ଦ ଆସିଥିଲେ ମଧ୍ୟ ସେ ପୂରା ସ୍କ୍ରିପ୍ଟ ପଢିବାକୁ ଅପେକ୍ଷା କରିଛନ୍ତି । ଯଦି ସଲମାନଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସେ ତେବେ ଫିଲ୍ମ ର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ । ସେହିଭଳି ଏହି ପ୍ରୋଜେକ୍ଟ ଜଣା ପଡିବାପରେ ଦର୍ଶକ ମଧ୍ୟ ଖୁବ ଉତ୍ସାହ ଦେଖାଇଛନ୍ତି । ସଲମାନଙ୍କୁ ସୁପରହିରୋ ଭୂମିକାରେ ଦେଖିବାକୁ ସେମାନେ ଉତ୍କଣ୍ଠା ଦେଖାଇଛନ୍ତି, ଯାହା ମେକର୍ସଙ୍କୁ ପ୍ରେରିତ କରୁଥିବା ମତ ପ୍ରକାଶ ପାଇଛି ।



