ଟ୍ରାକକୁ ଫେରୁଛନ୍ତି ସୁନନ୍ଦା
ଗତ କିଛି ମାସ ହେବ ଅନେକ ବିବାଦରେ ଫସିଥିବା ଗାୟିକା ସୁନନ୍ଦା ଶର୍ମା ପୁଣି ଧୀରେଧୀରେ ଟ୍ରାକକୁ ଫେରୁଛନ୍ତି । ନିଜ ଜୀବନକୁ ସାଉଁଟି ଆଗକୁ ବଢୁଥିବା ସୁନନ୍ଦା ବର୍ତ୍ତମାନ ଅନେକକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମେରି ମମ୍ମି ନୁ ପସନ୍ଦ ନହିଁ ତୁ ଭଳି ଗୀତ ପାଇଁ ଚର୍ଚ୍ଚାରେ ରହିଥିବା ସିଙ୍ଗର ସୁନନ୍ଦା ଶର୍ମାଙ୍କ ପାଇଁ ବିଗତ କିଛି ମାସ ବେଶ୍ ବିବାଦିତ ଥିଲା । ଇଣ୍ଡଷ୍ଟ୍ରୀରେ ତାଙ୍କ ସହିତ ଆର୍ଥିକ ଶୋଷଣର ଅଭିଯୋଗ […]
ଗତ କିଛି ମାସ ହେବ ଅନେକ ବିବାଦରେ ଫସିଥିବା ଗାୟିକା ସୁନନ୍ଦା ଶର୍ମା ପୁଣି ଧୀରେଧୀରେ ଟ୍ରାକକୁ ଫେରୁଛନ୍ତି । ନିଜ ଜୀବନକୁ ସାଉଁଟି ଆଗକୁ ବଢୁଥିବା ସୁନନ୍ଦା ବର୍ତ୍ତମାନ ଅନେକକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ମେରି ମମ୍ମି ନୁ ପସନ୍ଦ ନହିଁ ତୁ ଭଳି ଗୀତ ପାଇଁ ଚର୍ଚ୍ଚାରେ ରହିଥିବା ସିଙ୍ଗର ସୁନନ୍ଦା ଶର୍ମାଙ୍କ ପାଇଁ ବିଗତ କିଛି ମାସ ବେଶ୍ ବିବାଦିତ ଥିଲା । ଇଣ୍ଡଷ୍ଟ୍ରୀରେ ତାଙ୍କ ସହିତ ଆର୍ଥିକ ଶୋଷଣର ଅଭିଯୋଗ ସେ ଆଣିଥିଲେ । ଯାହାପରେ ଇଣ୍ଡଷ୍ଟ୍ରୀର କଳାସତ ବାହାରକୁ ଆସିଥିଲା । ହେଲେ ଏତେ ସବୁ ବିବାଦ ପରେ ବର୍ତ୍ତମାନ ସେ ଧୀରେଧୀରେ ଟ୍ରାକକୁ ଫେରିବାରେ ଲାଗିଛନ୍ତି । ନିକଟରେ ଏକ ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲଣ୍ଡନରେ ଥିବାନେଇ ସୂଚନା ଦେଇଛନ୍ତି । ସେହିଭଳି ଏହି ଭିଡଓରେ ସେ ଦେଇଥିବା ବାର୍ତ୍ତା ତାଙ୍କ ଫ୍ୟାନଙ୍କୁ ଖୁବ ଭଲ ଲାଗିଛି । ସେ କହିଛନ୍ତି ଏକାକୀ ସାରା ବିଶ୍ବକୁ ଜିତିହେବ । ସେହିଭଳି ଯାହା ଚାହିଁବେ ସେମାନେ ତାହା କରିପାରିବେ ବୋଲି ତାଙ୍କ ଫ୍ୟାନଙ୍କୁ ସୁନନ୍ଦା ସୂଚନା ଦେଇଛନ୍ତି । ୧୯୯୨ରେ ପଞ୍ଜାବରେ ଜନ୍ମିତ ସୁନନ୍ଦାଙ୍କର ବଲିଉଡରେ ଅନେକ କ୍ରେଜ ଦେଖିବାକୁ ମିଳିଥାଏ । ନିଜର କ୍ୟାରିୟର ସୁନନ୍ଦା ଜଣେ ପ୍ରଫେସନାଲ ସିଙ୍ଗର ନୁହେଁ ବରଂ ୟୁଟ୍ୟୁବରୁ ଆରମ୍ଭ କରିଥିଲେ । ସେ ପ୍ରଥମେ ନିଜ ଗୀତ ୟୁଟ୍ୟୁବରେ ପୋଷ୍ଟ କରୁଥିଲେ । ହେଲେ ତାଙ୍କ ଗୀତ ସୋସିଆଲ ମିଡିଆରେ ଖୁବ ପପୁଲାର ହେବାରେ ଲାଗିଲା । ଦର୍ଶକ ତାଙ୍କୁ ପସନ୍ଦ କରିବାରେ ଲାଗିଲେ । ଏହାପରେ ୨୦୧୭ରେ ସେ ନିଜର ପଞ୍ଜାବୀ ସିଙ୍ଗଲ ଜାନି ତେରେ ନା ଗୀତ ରିଲିଜ କରିଥିଲେ, ଯାହା ତାଙ୍କୁ ଖୁବ ଅଧିକ ପପୁଲାରିଟି ଦେଇଥିଲା । ଏହି ଗୀତକୁ ୩୩୪ ମିଲିଅନ ଥର ୟୁଟ୍ୟୁବରେ ଦେଖାଯାଇଥିଲା । ୨୦୧୭ରେ ହିଁ ତାଙ୍କୁ ଏହି ଗୀତ ପାଇଁ ପିଟିସି ମ୍ୟୁଜିକ ଆୱାର୍ଡରେ ବେଷ୍ଟ ଡେବ୍ୟୁ ଫିମେଲ ଭୋକାଲିଷ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା । ତାଙ୍କର ଅନେକ ଗୀତ ଯେପରି ବିଲ୍ଲି ଆଖ, ପଟାକେ, ଜଟ୍ଟ ୟମଲା, ଜାନି ତେରେ ନା, କୋକେ, ମୋରନି,ସନ୍ଡାଲ, ଦୁଜି ବାର ପ୍ୟାର ଭଳି ଅନେକ ସଙ୍ଗୀତକୁ ନିଜ ସ୍ବରରେ ସଜାଇଛନ୍ତି ସୁନନ୍ଦା । ସୋସିଆଲ ମିଡିଆରେ ତାଙ୍କର କ୍ରେଜ ଖୁବ ଅଧିକ ଦେଖିବାକୁ ମିଳିଥାଏ । ତାଙ୍କୁ ରିଆଲିଟି ଶୋ ବିଗବସରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ସଲମାନଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ଏହାଛଡା ମ୍ୟୁଜିକ ଭିଡିଓ ବାରିଶ କି ଜାଏରେ ସେ ନବାଜୁଦ୍ଦିନି ସିଦ୍ଦିକିଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସୋସିଆଲ ମିଡିଆ ତଥା ୟୁଟ୍ୟୁବରେ ତାଙ୍କ ଗୀତକୁ ଖୁବ ଭଲ ପାଇବା ମିଳିଥାଏ । ୟୁଟ୍ୟୁବରୁ ଖୁବ ପରିଶ୍ରମ କରି ନିଜ ପ୍ରତିଭା କାରଣରୁ ଆଜି ବଡ ପରଦାରେ ଜଣେ ପରିଚିତ ସିଙ୍ଗର ପାଲଟିଛନ୍ତି । ପିଲାଦିନୁ ସଙ୍ଗୀତ ପାଇଁ ଥିବା ଦୁର୍ବଳତା ତାଙ୍କୁ ଆଜି ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ ଅନେକ ସାକ୍ଷାତକାରରେ ପ୍ରକାଶ କରିଥାଆନ୍ତି ।




