ଦକପିଲ ଶର୍ମା ଶୋକୁ ଛାଡିଲେ ସୁମୋନା !

ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ଏବେ ସବୁଦିନ ପ୍ରାୟ ଦ କପିଲ ଶର୍ମା ଶୋକୁ ନେଇ ବିବାଦ ଦେଖାଯାଉଛି । ଶୋ ବନ୍ଦ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । କପିଲ ଶର୍ମା ଶୋର କମେଡିଆନ୍ ସୁମୋନା ଚକ୍ରବର୍ତ୍ତୀ ଶୋ ଛାଡ଼ି ଏକ ନୂଆ ଶୋରେ ଯୋଗ ଦେଇଛନ୍ତି। ସୁମୋନା ନିଜ ନୂଆ ଶୋ ଯୋଗୁ କପିଲ ଶର୍ମାଙ୍କ ଶୋ ଛାଡ଼ୁଥିବା କୁହାଯାଉଛି।ନିକଟରେ ସୁମୋନାଙ୍କ ଶୋର ପ୍ରୋମୋ […]

Samaya Live Picture
Published On

ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ଏବେ ସବୁଦିନ ପ୍ରାୟ ଦ କପିଲ ଶର୍ମା ଶୋକୁ ନେଇ ବିବାଦ ଦେଖାଯାଉଛି । ଶୋ ବନ୍ଦ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । କପିଲ ଶର୍ମା ଶୋର କମେଡିଆନ୍ ସୁମୋନା ଚକ୍ରବର୍ତ୍ତୀ ଶୋ ଛାଡ଼ି ଏକ ନୂଆ ଶୋରେ ଯୋଗ ଦେଇଛନ୍ତି। ସୁମୋନା ନିଜ ନୂଆ ଶୋ ଯୋଗୁ କପିଲ ଶର୍ମାଙ୍କ ଶୋ ଛାଡ଼ୁଥିବା କୁହାଯାଉଛି।ନିକଟରେ ସୁମୋନାଙ୍କ ଶୋର ପ୍ରୋମୋ ରିଲିଜ୍ ହୋଇଛି। ସୁମୋନା ଏବେ ଏକ ବଙ୍ଗାଳୀ ଟିଭି ଶୋରେ ନଜର ଆସିବେ। ଜି ଜେଷ୍ଟର ଅଫିସିଆଲ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ବଙ୍ଗାଲ ଶୋନା ନାମକ ଏକ ଶୋର ପ୍ରୋମୋ ରିଲିଜ୍ କରାଯାଇଛି। କୁହାଯାଉଛି ଯେ ଏହି ଶୋରେ ସୁମୋନା ଚକ୍ରବର୍ତ୍ତୀ ବେଙ୍ଗଲକୁ ଲୋକଲୋଚନକୁ ଆଣୁଥିବାର ଦେଖିବାକୁ ମିଳିବ। ଜି ଜେଷ୍ଟର ନୂଆ ଶୋ ଆଜି ଠାରୁ ଟେଲିକାଷ୍ଟ ହେବାକୁ ଯାଉଛି।