ଷ୍ଟାଇଲିସ କ୍ରିତି

ଷ୍ଟାଇଲିସ କ୍ରିତି
Ipsita Picture
By: Ipsita
Published On

 

ବଲିଉଡର ଅନ୍ୟତମ ଷ୍ଟାଇଲିସ୍ ଅଭିନେତ୍ରୀ କ୍ରିତି ସାନନ ଏବେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ସେ ଚଳିତ ବର୍ଷର  'ଲଣ୍ଡନ ଫ୍ୟାଶନ ୱିକ'ରେ ବିଶ୍ୱପ୍ରସିଦ୍ଧ ବ୍ରାଣ୍ଡ 'ବର୍ବେରୀ' ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ନିଜର ଷ୍ଟାଇଲିସ ଅନ୍ଦାଜ ଏବଂ ଫ୍ୟାଶନ ସ୍କିଲ ପାଇଁ ଜଣାଶୁଣା କ୍ରିତି ପୂର୍ବରୁ ମଧ୍ୟ ଅନେକ ବିଶ୍ୱସ୍ତରୀୟ ମଞ୍ଚରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି । ଚଳିତ ଥର ମଧ୍ୟ ସେ ଏହି ଗ୍ଲୋବାଲ୍ ପ୍ଲାଟଫର୍ମରେ ଏକ ନୂଆ ଫ୍ୟାଶନ ଟ୍ରେଣ୍ଡ୍ ସେଟ୍ କରିବେ ବୋଲି ଆଶା କରାଯାଉଛି। କେବଳ ଫ୍ୟାଶନ ଦୁନିଆରେ ନୁହେଁ, ବରଂ ବକ୍ସ ଅଫିସରେ ମଧ୍ୟ କ୍ରିତିଙ୍କ ଦବଦବା ଜାରି ରହିଛି; ନିକଟରେ ରିଲିଜ୍ ହୋଇଥିବା ତାଙ୍କର ଫିଲ୍ମ 'ତେରେ ଇସ୍କ ମେ' ଖୁବ ସଫଳତା ପାଇଛି । ସେହିଭଳି  ଆଗାମୀ ପ୍ରୋଜେକ୍ଟ 'କକଟେଲ ୨' କୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

Tags: