ସଫଳତା ପଛରେ ରହିଛି ଅନେକ ସଂଘର୍ଷ
ବିଜୟ ବର୍ମା ଭାରତୀୟ ସିନେମାରେ ନିଜ ପ୍ରତିଭା ଓ ଦମଦାର ଅଭିନୟ ପାଇଁ ଏକ ସ୍ୱତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି । ପ୍ରତିଟି ନୂଆ ଫିଲ୍ମରେ ତାଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଥାଏ । ତାଙ୍କ କ୍ୟାରିୟରରେ ସେ ଅନେକ ଚାଲେଜିଂ ଚରିତ୍ରରେ ନଜର ଆସିଛନ୍ତି । ଏହି ସମସ୍ତ ଚରିତ୍ରରେ ତାଙ୍କର ପରିଶ୍ରମ ଓ ଭାବପୂର୍ଣ୍ଣତା ଦେଖିବାକୁ ମିଳିଥାଏ । ବିଜୟ କେବଳ ବଡ ପରଦା ନୁହେଁ ଥିଏଟର ଓ େଓ୍ୱବସିରିଜରେ ମଧ୍ୟ ସେ ଖୁବ ନାଁ କରିଛନ୍ତି । ତାଙ୍କ ଅଭିନୟକୁ ସବୁବେଳେ ଦର୍ଶକମାନେ ଖୁବ ପ୍ରଶଂସା କରିଥାଆନ୍ତି । ତାଙ୍କର ପରିଶ୍ରମ ଓ କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ତାଙ୍କୁ ଏତେ ମାତ୍ରାରେ ସଫଳତା ଦେଇଛି । ତେବେ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ରହିଛି । ଅଭିନୟ ପାଇଁ ତାଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡିଛି । ଯେତେବେଳେ ସେ ଅଭିନୟ ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଘରୁ ବାହାର କରିଦେଇଥିଲେ । ସେହିଭଳି ସଫଳତା ମିଳିବା ଆଗରୁ ସେ ଆର୍ଥିକ ସ୍ତରରେ ମଧ୍ୟ ଖୁବ ସମସ୍ୟାରେ ପଡିଛନ୍ତି । ଏପରିକି ଦିନ ଥିଲା ତାଙ୍କ ଆକାଉଣ୍ଟରେ ୧୮ ଟଙ୍କା ଥିବାକଥା ସେ ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ହେଲେ ଫିଲ୍ମ ଗଲିବୟ ଓ ମିର୍ଜାପୁର ପରେ ବିଜୟ ଷ୍ଟାର ପାଲଟିଯାଇଥିଲେ ।


