ଷ୍ଟ୍ରଙ୍ଗ୍‌ଲେଡି ଶିଳ୍ପା

ବିଟାଉନ୍‌ରେ ନବେଦଶକରେ ରାଜ କରୁଥିଲେ ଶିଳ୍ପା ସେଟ୍ଟି । ସେତେବେଳେ ତାଙ୍କର ଥିବା କ୍ରେଜ୍‌ ଏବେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ସଫଳତା ପଛରେ ତାଙ୍କର ଅନେକ ସଂଘର୍ଷ ମଧ୍ୟ ଲୁଚି ରହିଛି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଅନେକ ରିଜେକସନ୍‌ର ସାମନା କରିବାକୁ ପଡିଥିଲା । ଏପରିକି ତାଙ୍କୁ କୌଣସି କାରଣ ନଥାଇ ଫିଲ୍ମରୁ ବାହାର ମଧ୍ୟ କରାଯାଇଛି । ୧୯୯୩ରେ ବାଜିଗର ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରନ୍ତି ଶିଳ୍ପା,ସେତେବେଳେ ନିଜର […]

Samaya Live Picture
Published On

ବିଟାଉନ୍‌ରେ ନବେଦଶକରେ ରାଜ କରୁଥିଲେ ଶିଳ୍ପା ସେଟ୍ଟି । ସେତେବେଳେ ତାଙ୍କର ଥିବା କ୍ରେଜ୍‌ ଏବେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ସଫଳତା ପଛରେ ତାଙ୍କର ଅନେକ ସଂଘର୍ଷ ମଧ୍ୟ ଲୁଚି ରହିଛି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଅନେକ ରିଜେକସନ୍‌ର ସାମନା କରିବାକୁ ପଡିଥିଲା । ଏପରିକି ତାଙ୍କୁ କୌଣସି କାରଣ ନଥାଇ ଫିଲ୍ମରୁ ବାହାର ମଧ୍ୟ କରାଯାଇଛି । ୧୯୯୩ରେ ବାଜିଗର ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରନ୍ତି ଶିଳ୍ପା,ସେତେବେଳେ ନିଜର ଡାର୍କ କମ୍ଫ୍ଲେକସନ୍‌ ପାଇଁ ସମାଲୋଚନାର ଶିକାର ହୁଅନ୍ତି । ହେଲେ ସେତେବେଳେ କିଛି ଅଲଗା କରିବାର ଝୁଙ୍କ୍‌ ଶିଳ୍ପାଙ୍କୁ ସାହସ ଯୋଗାଇଥାଏ ଚେଷ୍ଟା ଜାରି ରଖିବାକୁ । ଏକ ଫ୍ୟାଶନ ଶୋ’ ତାଙ୍କର ଭାଗ୍ୟ ବଦଳାଇଦେଇଥିଲା । ଏଥିରେ ସେ ଜଣେ ଫଟୋ ଗ୍ରାଫରଙ୍କ ସହିତ ଦେଖାହୋଇଥିଲେ, ଯିଏ ଶିଳ୍ପାଙ୍କର ଫଟୋ ଉଠାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ତାଙ୍କୁ ଅନେକ ଅଫର ମିଳିଥିଲା ବୋଲି ଶିଳ୍ପା ପ୍ରକାଶ କରିଛନ୍ତି । ମାତ୍ର ୧୭ ବର୍ଷରେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଶିଳ୍ପାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଅନେକ ଥର ତାଙ୍କୁ ଅନେକ ପ୍ରଯୋଜକ ନିଜ ଫିଲ୍ମରୁ କାରଣ ନଥାଇ କାଢିଛନ୍ତି । ପ୍ରଥମରୁ ତାଙ୍କୁ ହିନ୍ଦୀ ଜଣା ନଥିଲା, ଯାହା ତାଙ୍କୁ ଅନେକ ସମସ୍ୟାରେ ପକାଇଥିଲା । ଏଥିପାଇଁ ସେ ଅନେକ ସମୟରେ ଟ୍ରୋଲିଂର ଶିକାର ମଧ୍ୟ ହୋଇଛନ୍ତି । କେବଳ କ୍ୟାରିୟର ନୁହେଁ ନିଜର ପର୍ସନାଲ ଲାଇଫ୍‌ରେ ମଧ୍ୟ ଅନେକ କିଛି ସହିଛନ୍ତି ଶିଳ୍ପା । ପ୍ରଥମ ସନ୍ତାନ ଜନ୍ମ ପରେ ସେ ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌ର ଶିକାର ହୋଇଥିଲେ । ଯେଉଁ ସମୟରେ ସେ ଅନେକ ଚେଷ୍ଟା କରି ଏହି ସ୍ଥିତିରୁ ମୁକୁଳିଥିଲେ । ସେହିଭଳି ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିବାଦ କାରଣରୁ ମଧ୍ୟ ଶିଳ୍ପାଙ୍କୁ ଅନେକ ନିନ୍ଦନୀୟ ପରିସ୍ଥିତିର ସାମନା କରିବାକୁ ପଡିଥିଲା, ଯାହାକୁ ସେ ଗ୍ରେସ୍‌ ଫୁଲଲି ହ୍ୟାଣ୍ଡେଲ୍‌ କରିଥିଲେ ।

Tags: