ଟ୍ରୋଲରଙ୍କୁ କଡା ଜବାବ

ଟ୍ରୋଲରଙ୍କୁ କଡା ଜବାବ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅଭିନେତ୍ରୀଙ୍କୁ ମାଡ ଅଭିଯୋଗ

ବଲିଉଡର ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଭାଇ ଅର୍ଜୁନ କପୁରଙ୍କ ବିରୋଧରେ ହେଉଥିବା କ୍ରମାଗତ  ଟ୍ରୋଲିଂ ସମ୍ପର୍କରେ ନିଜ ମତ ରଖିଛନ୍ତି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସାକ୍ଷାତକାର ସମୟରେ ଜାହ୍ନବୀ ଅତି ସ୍ପଷ୍ଟ ଭାବେ କହିଛନ୍ତି ଯେ, କାହାକୁ ବି ଲକ୍ଷ୍ୟ କରି ବ୍ୟକ୍ତିଗତ ଭାବେ ଟ୍ରୋଲ୍ କରିବା  ସମ୍ପୂର୍ଣ୍ଣ ଭୁଲ୍ ଏବଂ ଏହି ଘୃଣା ମନୋଭାବ ପାଇଁ କୌଣସି ବାହାନା ଗ୍ରହଣୀୟ ନୁହେଁ। ଜାହ୍ନବୀଙ୍କ ଅଭିଯୋଗ ଅନୁସାରେ କିଛି ସୋସିଆଲ ମିଡିଆ ପେଜ୍ କେବଳ ଭ୍ୟୁଜ୍ ଏବଂ ଏନଗେଜମେଣ୍ଟ ବୃଦ୍ଧି କରିବା ପାଇଁ ଅର୍ଜୁନ କପୁରଙ୍କ ନାମକୁ 'କ୍ଲିକବେଟ୍' ଓ 'ରେଜ୍-ବେଟ୍' ଭାବେ ବ୍ୟବହାର କରୁଛନ୍ତି। ଏହି ସବୁ ରିପୋର୍ଟରେ  ସତ୍ୟତା ଅପେକ୍ଷା କିଭଳି ହେଡଲାଇନ୍ ମାଧ୍ୟମରେ ଭ୍ୟୁଜ ବଢାଯାଇପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ଜାହ୍ନବୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଜଣେ କଳାକାର ମଧ୍ୟ ଜଣେ ମଣିଷ ଏବଂ ତାଙ୍କର ମଧ୍ୟ ସମ୍ମାନ ଓ ସମ୍ବେଦନଶୀଳତାର ଆବଶ୍ୟକତା ରହିଛି। ତେଣୁ ସେ ଏହି ଟ୍ରୋଲିଂର ଖୁବ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ଅର୍ଜୁନ ନିଜର ପର୍ସନାଲ ଓ ପ୍ରଫେସନାଲ ଉଭୟ ଲାଇଫକୁ ନେଇ ଟ୍ରୋଲିଂର ଶିକାର ହୋଇଥାଆନ୍ତି ।

ସମ୍ବନ୍ଧିତ ଖବର ବ୍ୟସ୍ତ ଅଛନ୍ତି ଟାଇଗର

Tags: