ମାନୁଷୀଙ୍କ ରାଗ

ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଛିଲ୍ଲରଙ୍କର ଇଣ୍ଡଷ୍ଟ୍ରୀ ଉପରେ ଥିବା ଅସନ୍ତୋଷ ଖୁଲମଖୁଲା ଦେଖିବାକୁ ମିଳିଛି । ଇଣ୍ଡଷ୍ଟ୍ରୀରେ ମହିଳାମାନଙ୍କ ସହିତ ହେଉଥିବା ଭେଦଭାବକୁ ନେଇ ମାନୁଷୀ ମନଖୋଲି କଥା ହୋଇଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସମ୍ପର୍କରେ ଆଲୋଚନା ଆରମ୍ଭ କରିଛନ୍ତି ମାନୁଷୀ । ସେ ଏଥିରେ କାହାର ନାଁ ନେଇ ନାହାନ୍ତି ହେଲେ ପରୋକ୍ଷରେ ଅନେକଙ୍କୁ ଟାର୍ଗେଟ କରିଥିବା ତାଙ୍କ ପୋଷ୍ଟରୁ ଜଣା ପଡୁଛି […]

ମାନୁଷୀଙ୍କ ରାଗ
Samaya Live Picture
Published On

ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଛିଲ୍ଲରଙ୍କର ଇଣ୍ଡଷ୍ଟ୍ରୀ ଉପରେ ଥିବା ଅସନ୍ତୋଷ ଖୁଲମଖୁଲା ଦେଖିବାକୁ ମିଳିଛି । ଇଣ୍ଡଷ୍ଟ୍ରୀରେ ମହିଳାମାନଙ୍କ ସହିତ ହେଉଥିବା ଭେଦଭାବକୁ ନେଇ ମାନୁଷୀ ମନଖୋଲି କଥା ହୋଇଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସମ୍ପର୍କରେ ଆଲୋଚନା ଆରମ୍ଭ କରିଛନ୍ତି ମାନୁଷୀ । ସେ ଏଥିରେ କାହାର ନାଁ ନେଇ ନାହାନ୍ତି ହେଲେ ପରୋକ୍ଷରେ ଅନେକଙ୍କୁ ଟାର୍ଗେଟ କରିଥିବା ତାଙ୍କ ପୋଷ୍ଟରୁ ଜଣା ପଡୁଛି । ଏଠାରେ ସ୍ତ୍ରୀ ବିରୋଧୀ ମାନସିକତା ଦେଖିବାକୁ ମିଳିଥାଏ ଯେଉଁକାରଣରୁ ସଫଳତାର ଶ୍ରେୟ ସ୍ତ୍ରୀ ମାନଙ୍କୁ ମିଳିନଥାଏ । ସେମାନଙ୍କୁ ଶ୍ରେୟ ଦିଆ ନଯାଇ ଏହାର ଶ୍ରେୟ ପୁରୁଷଙ୍କୁ ଦିଆଯାଇଥାଏ । ଏଠାରେ ସ୍ତ୍ରୀ ମାନଙ୍କୁ ସଫଳତା ଦେଉଥିବା ଲୋକ ଖୁବ କମ ମିଳିଥାଆନ୍ତି । ସବୁବେଳେ ମହିଳାଙ୍କୁ ଇଣ୍ଡଷ୍ଟ୍ରୀରେ ଅନାଦାର ଓ ସମସ୍ୟା ଭୋଗିବାକୁ ପଡିଥାଏ । ସେହିଭଳି ସେ ନିଜ ଘରେ କେବେ ବି ଏଭଳି ଲିଙ୍ଗଗତ ଭେଦ ଭାବ ଦେଖିନାହାନ୍ତି, ଯାହା ତାଙ୍କୁ ଇଣ୍ଡଷ୍ଟ୍ରୀରେ ଦେଖିବାକୁ ମିଳିଛି ବୋଲି ମାନୁଷୀ ମତ ଦେଇଛନ୍ତି । ସେହିଭଳି ଯଦି ଜଣେ ପୁରୁଷ ସଫଳ ହେଉଛି ତେବେ ତାକୁ ପରିଶ୍ରମୀର ଆଖ୍ୟା ମିଳୁଥିବାବେଳେ ଜଣେ ନାରୀକୁ ଗୋଲï ଡିଗର ବା ସୁବିଧାବାଦୀର ନାଁ ଦିଆଯାଉଛି । କେତେବେଳେ ବି ମହିଳାଙ୍କର ପରିଶ୍ରମକୁ କେହି ଦେଖନ୍ତି ନାହିଁ ବୋଲି ମାନୁଷୀ ମତ ଦେଇଛନ୍ତି ।