ହେବନାହିଁ ବାୟୋପିକ୍‌

ସେଲିବ୍ରିଟିଙ୍କ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ସବୁବେଳେ ଆଗ୍ରହ ରହିଥାଏ । ତେଣୁ ଅନେକ ଫିଲ୍ମ ମେକର ବାୟୋପିକ୍‌ ନିର୍ମାଣ କରିବାକୁ ଗୁରୁତ୍ୱ ଦେଇଥାଆନ୍ତି । ବି ଟାଉନ୍‌ର ଅନେକ ସେଲିବ୍ରିଟିଙ୍କ ଉପରେ ବାୟୋପିକ୍‌ ନିର୍ମାଣ ସରିଛି । ତେବେ ଆଜି ପର୍ଯ୍ୟନ୍ତ ଏହି ତାଲିକାରେ ବି ଟାଉନ୍‌ର ପରିଚିତ ନାୟିକା ଦିବଙ୍ଗତ ଶ୍ରୀଦେବୀଙ୍କ ନାଁ ସାମିଲ ହୋଇ ନାହିଁ । ତାଙ୍କ ଲାଇଫ୍‌ ବିଷୟରେ ଜାଣିବାକୁ ଦର୍ଶକଙ୍କ ଭିତରେ ସବୁବେଳେ ଉତ୍ସୁକତା ଦେଖିବାକୁ ମିଳିଥାଏ […]

Samaya Live Picture
Published On

ସେଲିବ୍ରିଟିଙ୍କ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ସବୁବେଳେ ଆଗ୍ରହ ରହିଥାଏ । ତେଣୁ ଅନେକ ଫିଲ୍ମ ମେକର ବାୟୋପିକ୍‌ ନିର୍ମାଣ କରିବାକୁ ଗୁରୁତ୍ୱ ଦେଇଥାଆନ୍ତି । ବି ଟାଉନ୍‌ର ଅନେକ ସେଲିବ୍ରିଟିଙ୍କ ଉପରେ ବାୟୋପିକ୍‌ ନିର୍ମାଣ ସରିଛି । ତେବେ ଆଜି ପର୍ଯ୍ୟନ୍ତ ଏହି ତାଲିକାରେ ବି ଟାଉନ୍‌ର ପରିଚିତ ନାୟିକା ଦିବଙ୍ଗତ ଶ୍ରୀଦେବୀଙ୍କ ନାଁ ସାମିଲ ହୋଇ ନାହିଁ । ତାଙ୍କ ଲାଇଫ୍‌ ବିଷୟରେ ଜାଣିବାକୁ ଦର୍ଶକଙ୍କ ଭିତରେ ସବୁବେଳେ ଉତ୍ସୁକତା ଦେଖିବାକୁ ମିଳିଥାଏ । ହେଲେ ତାଙ୍କର ବାୟୋପିକ୍‌ ନିର୍ମାଣ ହେବ ନାହିଁ ବୋଲି ତାଙ୍କ ସ୍ୱାମୀ ବୋନି କପୁର ମତ ଦେଇଛନ୍ତି। ବୋନିଙ୍କର ଏହି ଷ୍ଟେଟ୍‌ମେଣ୍ଟ୍‌ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବୋନିଙ୍କ ମତରେ ଶ୍ରୀଦେବୀ ଖୁବ ପ୍ରାଇଭେଟ୍‌ ପର୍ସନ ଥିଲେ, ତେଣୁ ତାଙ୍କ ମୃତୁ୍ୟ ପରେ ମଧ୍ୟଏହା ପ୍ରାଇଭେଟ୍‌ ହିଁ ରହିବା ଆବଶ୍ୟକ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ଶ୍ରୀଙ୍କର ବାୟୋପିକ୍‌ ନିର୍ମାଣ ହେବ ନାହିଁ ବୋଲି ବୋନି କପୁର ମତ ଦେଇଛନ୍ତି । ୨୦୧୯ରେ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ର ରିଲିଜ୍‌ ବୋନିଙ୍କ ନୋଟିସ କାରଣରୁ ଅଟକି ଥିଲା । ଯାହା ଆଜିଯାଏଁ ରିଲିଜ୍‌ ହୋଇ ନାହିଁ । ଫିଲ୍ମର ଟ୍ରେଲର ଦେଖି ବୋନି ସେତେବେଳେ ଖୁବ ଦୁଃଖିତ ଥିଲେ । ସୂଚନା ଅନୁସାରେ ଶ୍ରୀଦେବୀଙ୍କର ୨୦୧୮ରେ ୫୪ ବର୍ଷରେ ମୃତୁ୍ୟ ହୋଇଥିଲା । ତାଙ୍କର ମୃତୁ୍ୟ ବାଥ୍‌ ଟବ୍‌ରେ ବୁଢିବା କାରଣରୁ ହୋଇଥିବା କୁହାଯାଇଥିଲା । ୧୯୯୬ରେ ଶ୍ରୀଦେବୀ ବୋନି କପୁରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛନ୍ତି, ଜାହ୍ନବୀ ଓ ଖୁସୀ । ଶ୍ରୀଦେବୀ ବଲିଉଡ୍‌ରେ ପାଖାପାଖି ୩୦୦ରୁ ଅଧିକ ଫିଲ୍ମ କରିଛନ୍ତି, ଯାହା ତାଙ୍କୁ ବଲିଉଡ୍‌ କୁଇନ୍‌ର ପରିଚୟ ପ୍ରଦାନ କରିଥିଲା । ତାଙ୍କ ଫିଲ୍ମର ଏବେ ମଧ୍ୟ ଫ୍ୟାନ ରହିଛନ୍ତି । ଫିଲ୍ମ ଦୁନିଆରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୧୩ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା

Tags: