ଡେୟାର ଡେଭିଲରେ ଶ୍ରୀଲୀଲା

ଡେୟାର ଡେଭିଲରେ ଶ୍ରୀଲୀଲା
Ipsita Picture
By: Ipsita
Published On

 

ସାଉଥ୍ ସୁପରଷ୍ଟାର ଅଜିଥ କୁମାର ନିଜର ଆଗାମୀ ସିନେମା 'ଡେୟାର ଡେଭିଲ୍'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଆଧିକ ରବିଚନ୍ଦ୍ରନ୍ ଏଥିରେ ଅଭିନେତ୍ରୀ ଶ୍ରୀଲୀଲାଙ୍କ ଅଭିନୟକୁ ନେଇ ନିକଟରେ ସୂଚନା ଦେଇଛନ୍ତି । 'ଗୁଡ୍ ବ୍ୟାଡ୍ ଅଗ୍ଲି'ର ସଫଳତା ପରେ ଅଜିଥ୍ଙ୍କର ଏହି ଫିଲ୍ମରେ  ଶ୍ରୀଲୀଲାଙ୍କ ବ୍ୟତୀତ ପାର୍ଥିବନ୍, ପ୍ରଭୁ ଏବଂ ସୁନିଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଚେନ୍ନାଇର ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଦୀପାବଳି ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ହାଇଦ୍ରାବାଦରେ ଏହାର ପ୍ରଥମ ପର୍ଯ୍ୟାୟ ସୁଟିଂ ଆରମ୍ଭ ହେବ। ଯାହା ପରେ ଥାଇଲ୍ୟାଣ୍ଡ ଏବଂ ମଲୟସିଆରେ ମଧ୍ୟ ସୁଟିଂ କରିବାର ଯୋଜନା ରହିଛି । ସୁପରହିଟ୍ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର୍ ଏହି ପାରିବାରିକ ମନୋରଞ୍ଜନଧର୍ମୀ ସିନେମାର ସଙ୍ଗୀତ ପରିଚାଳନା କରୁଛନ୍ତି, ଯାହା ପୂର୍ବ ଚଳଚ୍ଚିତ୍ର ତୁଳନାରେ ଅଧିକ ଦର୍ଶକାଦୃତ ହେବ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଅଜିଥ୍‌ଙ୍କୁ ଶେଷ ଥର ପାଇଁ ୨୦୨୫ର ଆକ୍ସନ୍ ଡ୍ରାମା 'ଗୁଡ୍ ବ୍ୟାଡ୍ ଅଗ୍ଲି'ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କ ସହ ତ୍ରିଷା କୃଷ୍ଣନ୍, ଅର୍ଜୁନ ଦାସ ଓ ଜ୍ୟାକି ଶ୍ରଫ୍‌ଙ୍କ ଭଳି ଅନେକ କଳାକାର ଅଭିନୟ କରିଥିଲେ ।

Tags: