ହୁମାଙ୍କ ଜୀବନସାଥୀ
ସୋନାକ୍ଷୀଙ୍କ ବିବାହରେ ତାଙ୍କ ବିଏଫ୍ଏଫ୍ ହୁମା କୁରେସିଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ବିବାହରେ ହୁମା ଏକା ଯୋଗ ଦେଇନଥିଲେ, ସାଙ୍ଗରେ ଥିଲେ ଭାଇ ଓ ରୁ୍ୟମର ବୟଫ୍ରେଣ୍ଡ୍ । ସୋନାକ୍ଷୀଙ୍କ ବିବାହ ଫଟୋ ଭାଇରାଲ ହେବାପରେ ହୁମାଙ୍କ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହୁମାଙ୍କ ସହିତ ଥିବା ରଚିତ୍ ସିଂଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି । ସୂଚନା ଅନୁସାରେ ରଚିତ ହେଉଛନ୍ତି ଜଣେ ଆକଫିଂ […]
ସୋନାକ୍ଷୀଙ୍କ ବିବାହରେ ତାଙ୍କ ବିଏଫ୍ଏଫ୍ ହୁମା କୁରେସିଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ବିବାହରେ ହୁମା ଏକା ଯୋଗ ଦେଇନଥିଲେ, ସାଙ୍ଗରେ ଥିଲେ ଭାଇ ଓ ରୁ୍ୟମର ବୟଫ୍ରେଣ୍ଡ୍ । ସୋନାକ୍ଷୀଙ୍କ ବିବାହ ଫଟୋ ଭାଇରାଲ ହେବାପରେ ହୁମାଙ୍କ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହୁମାଙ୍କ ସହିତ ଥିବା ରଚିତ୍ ସିଂଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି । ସୂଚନା ଅନୁସାରେ ରଚିତ ହେଉଛନ୍ତି ଜଣେ ଆକଫିଂ କୋଚ । ସେ ବି ଟାଉନ୍ର ଅନେକ ନାମୀଦାମୀ ସେଲିବ୍ରିଟିଙ୍କ ସହିତ କାମ କରିଛନ୍ତି । ସେହିଭଳି ତାଙ୍କୁ ୱେବ ସିରିଜ୍ କର୍ମାରେ ମଧ୍ୟ ରବିନା ଟଣ୍ଡନଙ୍କ ସହିତ ସ୍କ୍ରିନ୍ ସେୟାର କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟଙ୍କ ସମ୍ପର୍କ ନେଇ ଅନେକ ସମୟରେ ଆଲୋଚନା ହୋଇଥାଏ । ଅନେକ ସମୟରେ ଉଭୟଙ୍କୁ ଏକାଠି ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳିଥାଏ । ତେବେ ଉଭୟ ହୁମା ଓ ରଚିତ୍ ଏବେ ଯାଏଁ ଏହି ରିଲେସନ୍ସିପ୍କୁ କନଫର୍ମ କରି ନାହାନ୍ତି । ତେବେ ଏହାରି ଭିତରେ ଆଗକୁ ହୁମାଙ୍କ ଜୀବନସାଥୀ ଭାବେ ରଚିତ୍ଙ୍କୁ ଦେଖିବାକୁ ମିଳିବ ବୋଲି ଫ୍ୟାନମାନେ ଆଲୋଚନା କରୁଛନ୍ତି ।




