ଖୁସି ଅଛନ୍ତି ସୌମ୍ୟା

ଖୁସି ଅଛନ୍ତି ସୌମ୍ୟା
Ipsita Picture
By: Ipsita
Published On

 

ଅଭିନେତ୍ରୀ ସୌମ୍ୟା ଟଣ୍ଡନଙ୍କୁ ନିକଟରେ ଫିଲ୍ମ 'ଧୁରନ୍ଧର'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଯାହାପରେ ଏବେ ସୌମ୍ୟା ଏକ ନୂଆ ଏବଂ ରୋମାଞ୍ଚକର ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ସୌମ୍ୟା ସୁରଜ ବଡ଼ଜାତ୍ୟାଙ୍କ ଆଗାମୀ ଚଳଚ୍ଚିତ୍ର 'ୟେ ପ୍ରେମ ମୋଲ୍ ଲିଆ' ରେ ସାମିଲ ହୋଇଛନ୍ତି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ଶର୍ବରୀ ମୁଖ୍ୟ ଭୂମିକାରେ ଅଛନ୍ତି। ସୂଚନା ଅନୁଯାୟୀ, ସୌମ୍ୟାଙ୍କ ଚରିତ୍ର ଏହି ଫିଲ୍ମରେ ଏକ ସୁନ୍ଦର ଟୁଇଷ୍ଟ ଆଣିଛି। ନିଜର ଭାବପୂର୍ଣ୍ଣ କାହାଣୀ ଏବଂ ପାରିବାରିକ ଡ୍ରାମା ପାଇଁ ଜଣାଶୁଣା ସୁରଜ ବଡ଼ଜାତ୍ୟା, 'ୟେ ପ୍ରେମ ମୋଲ୍ ଲିଆ' ମାଧ୍ୟମରେ ଦର୍ଶକଙ୍କୁ ଏକ ରୋମାନ୍ସ ଟ୍ରାକ ଦେଖାଇବାକୁ ଯାଉଛନ୍ତି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଶର୍ବରୀଙ୍କୁ ଏକାଠି ଦେଖିବାକୁ ମିଳିବ, ଯାହା ଫିଲ୍ମକୁ ହିଟ କରାଇବାରେ ସଫଳ ହେବ ବୋଲି ମେକର୍ସ ଆଶା ରଖିଛନ୍ତି । ସୌମ୍ୟା ଟଣ୍ଡନଙ୍କ ସହଯୋଗରେ, ଏହି ଚଳଚ୍ଚିତ୍ରର ଷ୍ଟାରକାଷ୍ଟ୍ରେ ଅନୁଭବ ଏବଂ ନୂତନତ୍ୱର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିବ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢିବାରେ ଲାଗିଛି। ଧୁରନ୍ଧର ପରେ ସୌମ୍ୟା ମଧ୍ୟ ନିଜର ଏହି ନୂଆ ପ୍ରୋଜେକ୍ଟକୁ ନେଇ ଖୁବ ଖୁସି ଅଛନ୍ତି ।

Tags: