ଅଲ୍‌ଟିମେଟ୍‌ ଫ୍ୟାଶନ କୁଇନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସର୍ବଦା ନିଜ ଲୁକ୍ସ ସହ ପରୀକ୍ଷଣ କରିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଫ୍ୟାଶନ ଡିଭା ଭାବେ ପରିଚିତ ସୋନମ ୨୦୨୨ରେ ମଧ୍ୟ ଗେମ୍‌ ଚେଞ୍ଜିଂ ସମ୍ବେଦନଶୀଳତା ଏବଂ ଦୃଷ୍ଟିକୋଣ ସହ ଇଣ୍ଟରନେଟ୍‌ରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତି କରିବାରେ ଲାଗିଛନ୍ତି । ସୋନମ ନା କେବଳ ପ୍ରତି ଷ୍ଟାଇଲକୁ ପୁରା ଆତ୍ମବିଶ୍ୱାସର ସହ କ୍ୟାରୀ କରିଥାନ୍ତି, ବରଂ ବୋଲï କଟ୍‌ କପଡ଼ାରେ ତାଙ୍କ ରିୟଲ ବୁ୍ୟଟିକୁ […]

Samaya Live Picture
Published On

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସର୍ବଦା ନିଜ ଲୁକ୍ସ ସହ ପରୀକ୍ଷଣ କରିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଫ୍ୟାଶନ ଡିଭା ଭାବେ ପରିଚିତ ସୋନମ ୨୦୨୨ରେ ମଧ୍ୟ ଗେମ୍‌ ଚେଞ୍ଜିଂ ସମ୍ବେଦନଶୀଳତା ଏବଂ ଦୃଷ୍ଟିକୋଣ ସହ ଇଣ୍ଟରନେଟ୍‌ରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତି କରିବାରେ ଲାଗିଛନ୍ତି । ସୋନମ ନା କେବଳ ପ୍ରତି ଷ୍ଟାଇଲକୁ ପୁରା ଆତ୍ମବିଶ୍ୱାସର ସହ କ୍ୟାରୀ କରିଥାନ୍ତି, ବରଂ ବୋଲï କଟ୍‌ କପଡ଼ାରେ ତାଙ୍କ ରିୟଲ ବୁ୍ୟଟିକୁ ପରିପ୍ରକାଶ କରିଥାନ୍ତି ।
ଅଲ୍‌ଟିମେଟ୍‌ ଫ୍ୟାଶନ କୁଇନ୍‌

ଏହି କାରଣରୁ ସୋନମ ତାଙ୍କ ବୋଲï ଏବଂ ଇମ୍ପ୍ରେସିଭ୍‌ ଫ୍ୟାଶନ ସେନ୍ସ ପାଇଁ ବେଶ୍‌ ପ୍ରଶଂସନୀୟ ହୋଇପାରିଛନ୍ତି । ଏପରି ଏକ ୟୁନିକ୍‌ ଆଉଟଫିଟ୍‌ ସହ ଚର୍ଚ୍ଚାକୁ ଆସିଛନ୍ତି ସୋନମ କପୁର । ଏକ ଇଭେଣ୍ଟରେ ଯେତେବେଳେ ସୋନମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଏକ ଲକ୍ଷ କ୍ରିଷ୍ଟାଲରେ ନିର୍ମିତ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଥିଲେ, ସେତେବେଳେ ତାଙ୍କ ଉପରୁ କୌଣସି ବ୍ୟକ୍ତିଙ୍କର ନଜର ହଟିନଥିଲା ।
ଅଲ୍‌ଟିମେଟ୍‌ ଫ୍ୟାଶନ କୁଇନ୍‌

ତେବେ ୨୦୧୭ରେ ଆୟୋଜିତ ଫ୍ୟାଶନ ଶୋରେ ସୋନମଙ୍କ ଲୁକ୍‌ ଏବେ ଭାଇରାଲ ହେବାରେ ଲାଗିଛି । ଇଟାଲୀର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରାଲ୍‌ଫ ଏଡ୍‌ ଋଶୋ ନିଜର କଲେକ୍ସନକୁ ପ୍ରଦର୍ଶିତ କରିବା ପାଇଁ ସେତେବେଳେ ସୋନମ କପୁରଙ୍କୁ ଚୟନ କରିଥିଲେ । ବଧୂ ବେଶରେ ସଜ୍ଜିତ ସୋନମ୍‌ଙ୍କ ଆଉଟଫିଟ୍‌ରେ ସୁନାରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିଲା । ଡ୍ରେସ୍‌ରେ ଟେସଫିକଲ ସିá ଥ୍ରେଡ୍‌ ୱାର୍କରୁ ଫ୍ଲୋରାଲ ଏମ୍ବ୍ରୋଡୋରି କରାଯାଇଥିଲା ।
ଅଲ୍‌ଟିମେଟ୍‌ ଫ୍ୟାଶନ କୁଇନ୍‌

ଡ୍ରେସର ଚମକତା ବଢାଇବା ପାଇଁ ଏକ ଲକ୍ଷରୁ ଅଧିକ କ୍ରିଷ୍ଟାଲ୍‌ ଲଗାଯାଇଥିଲା । ଏଥିସହ ହାଇନେକ୍‌ ଓଭରକୋଟ୍‌ରେ ଥ୍ରୀଡି ଏମ୍ବ୍ରୋଡୋରୀର କାମ ହୋଇଥିଲା । କେବଳ ସେତିକି ନୁହେଁ ଏହି ଆଉଟଫିଟ୍‌କୁ ପ୍ରସ୍ତୁତ କରିବା ପାଇଁ ୧୦୦ କାରିଗର ଲାଗିଥିଲେ, ଯାହାଙ୍କୁ ୮ ହଜାର ଘଣ୍ଟା ସମୟ ଲାଗିଥିଲା । ସୋନମ କପୁର ନିଜ ଲୁକ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ଡାର୍କ ଟୋନ୍‌ ମେକଅପ୍‌ ସହ ପିଙ୍କ୍‌ ଲିପଷ୍ଟିକ୍‌, କୋହଲ୍‌ ଆଇଜ ଏବଂ କେଶକୁ ସ୍ଲିକ୍‌ ଲୁକ୍‌ରେ ଷ୍ଟାଇଲ କରିଥିଲେ ।
ଅଲ୍‌ଟିମେଟ୍‌ ଫ୍ୟାଶନ କୁଇନ୍‌

ଏହି ସମ୍ପୂର୍ଣ୍ଣ ମେକ୍‌ଅଫ୍‌ ଏବଂ ଆଉଟଫିଟ୍‌ ସହ ସୋନମ ପରଫେକଫ ଫ୍ୟାଶନ ଆଇକନ୍‌ ପାଲଟିଯାଇଥିଲେ ଏବଂ ତାଙ୍କର ସୁନ୍ଦରତାକୁ ସମସ୍ତେ ପ୍ରଶଂସା କରିଥିଲେ ।