ବାହାହେବେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ନିଜର ରିଲେସନ୍‌ ରୁ୍ୟମରକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ତାଙ୍କର ଏକ ଫଟୋକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଫଟୋରେ ସୋନାକ୍ଷୀ ଏକ ରିଙ୍ଗକୁ ଫ୍ଲଣ୍ଟ୍‌ କରିଥିଲେ, ଯାହାକୁ ଦେଖି ଫ୍ୟାନ ଭାବିଲେ ସୋନାକ୍ଷୀ ଲୁଚି ଲୁଚି ଏନ୍‌ଗେଜ୍‌ମେଣ୍ଟ ସାରିଦେଇଛନ୍ତି । ହେଲେ ଏଭଳି ହୋଇନଥିଲା ଏହା ଏକ ଜୁଏଲାରୀ ବ୍ରାଣ୍ଡ୍‌ର ବିଜ୍ଞାପନ ଥିଲା, ଯାହାକୁ ସୋନାକ୍ଷୀ କରୁଥିଲେ । ତେବେ ପୁଣି ଏକ ଚର୍ଚ୍ଚା ବର୍ତ୍ତମାନ ସୋସିଆଲ […]

Samaya Live Picture
Published On

ସୋନାକ୍ଷୀ ସିହ୍ନା ନିଜର ରିଲେସନ୍‌ ରୁ୍ୟମରକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ତାଙ୍କର ଏକ ଫଟୋକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା । ଫଟୋରେ ସୋନାକ୍ଷୀ ଏକ ରିଙ୍ଗକୁ ଫ୍ଲଣ୍ଟ୍‌ କରିଥିଲେ, ଯାହାକୁ ଦେଖି ଫ୍ୟାନ ଭାବିଲେ ସୋନାକ୍ଷୀ ଲୁଚି ଲୁଚି ଏନ୍‌ଗେଜ୍‌ମେଣ୍ଟ ସାରିଦେଇଛନ୍ତି । ହେଲେ ଏଭଳି ହୋଇନଥିଲା ଏହା ଏକ ଜୁଏଲାରୀ ବ୍ରାଣ୍ଡ୍‌ର ବିଜ୍ଞାପନ ଥିଲା, ଯାହାକୁ ସୋନାକ୍ଷୀ କରୁଥିଲେ । ତେବେ ପୁଣି ଏକ ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଖୁବଶୀଘ୍ର ଅର୍ଥାତ ଜୁନ୍‌ ୨୩ରେ ସୋନାକ୍ଷୀ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ୍‌ ଟାଇମ ବୟଫ୍ରେଣ୍ଡ୍‌ ଜାହିର୍‌ ଇକ୍‌ବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ପ୍ରଚାରହେବା ପରେ ସୋସିଆଲ ମିଡିଆରେ ଫ୍ୟାନମାନେ ବେଶ୍‌ ଉତ୍ସାହିତ ଜଣା ପଡୁଛନ୍ତି । ସୂଚନା ଅନୁସାରେ ଜାହିର ଇକ୍‌ବାଲ୍‌ଙ୍କୁ ସୋନାକ୍ଷୀ ସଲମାନଙ୍କ ପାର୍ଟିରେ ଭେଟିଥିଲେ । ୨୦୧୯ରେ ଜାହିର ସଲମାନଙ୍କ ନୋଟବୁକ୍‌ ଫିଲ୍ମରୁ ନିଜର ବି ଟାଉନ୍‌ କ୍ୟାରିୟରର ଆରମ୍ଭ କରିଥିଲେ । ଅନେକ ସମୟରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେଉଁଠି ପାର୍ଟି ତ ଅନ୍ୟ କେଉଁଠି ଏକାଠି ଛୁଟି କଟାଉଥିବାର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥାଏ । ତେବେ ଏନେଇ ସୋନାକ୍ଷୀ କିମ୍ବା ଜାହିରଙ୍କ ପକ୍ଷରୁ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇନାହିଁ ।

Tags: