ସୋନାକ୍ଷୀଙ୍କ ଅନୁରୋଧ!

 କରୋନା ଭାଇରସ ସହ ଦେଶ ଲଢୁଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ଏମାନେ ସିଧାସଳଖ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ଏମାନଙ୍କ ନିକଟରେ ଶୀଘ୍ର ସଂକ୍ରମଣର ଭୟ ରହିଛି। ତେଣୁ ଏମାନେ ପର୍ସନାଲ ପ୍ରୋଟେକସନ୍‌ ଇକ୍ୟୁପମେଣ୍ଟ(ପିପିଇ) ବ୍ୟବହାର କରିବା ଜରୁରୀ। କିନ୍ତୁ ଆମ ଦେଶରେ ଏହା କମ୍‌ ପରିମାଣରେ ଥିବାରୁ ଏବେ ବଲିଉଡ୍‌ ନାୟିକା ସୋନାକ୍ଷୀ ସିହ୍ନା ସାଧାରଣ ଜନତାଙ୍କୁ ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ […]

Samaya Live Picture
Published On

 କରୋନା ଭାଇରସ ସହ ଦେଶ ଲଢୁଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ଏମାନେ ସିଧାସଳଖ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ଏମାନଙ୍କ ନିକଟରେ ଶୀଘ୍ର ସଂକ୍ରମଣର ଭୟ ରହିଛି। ତେଣୁ ଏମାନେ ପର୍ସନାଲ ପ୍ରୋଟେକସନ୍‌ ଇକ୍ୟୁପମେଣ୍ଟ(ପିପିଇ) ବ୍ୟବହାର କରିବା ଜରୁରୀ। କିନ୍ତୁ ଆମ ଦେଶରେ ଏହା କମ୍‌ ପରିମାଣରେ ଥିବାରୁ ଏବେ ବଲିଉଡ୍‌ ନାୟିକା ସୋନାକ୍ଷୀ ସିହ୍ନା ସାଧାରଣ ଜନତାଙ୍କୁ ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ କହିଛନ୍ତି।

ନିକଟରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି କହିଛନ୍ତି କରୋନା ମୁକାବିଲା ପାଇଁ ଆମ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ ଆବଶ୍ୟକ। ହସ୍ପିଟାଲରେ ପିପିଇ କିଟ୍‌ର ଘୋର ଅଭାବ ରହିଛି। ସାଧାରଣ ଜନତା ପିପିଇ କିଟ୍‌ ଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଯେଉଁମାନେ ଆମର ଯତ୍ନ ନେଉଛନ୍ତି ଆମେ ସେମାନଙ୍କ ସୁରକ୍ଷା କଥା ଚିନ୍ତା କହିବା ସହ କେବଳ ପିପିଇ ନୁହେଁ ମାସ୍କ, ସୁ କଭର, ଗ୍ଲୋଭସ୍‌ ଆଦି ମଧ୍ୟ ଦାନ କରିବାକୁ ସୋନାକ୍ଷୀ କହିଛନ୍ତି।

Tags: