ସୋନାକ୍ଷୀଙ୍କ ରାଗ

ନିକଟରେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୂଚନା ଅନୁସାରେ କିଛି ଦିନ ତଳେ କ୍ୟାଟ୍ରିନାଙ୍କର ବାଲକୋନିର ଫଟୋ ବିଭିନ୍ନ ସ୍ଥାନରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋଟି କ୍ୟାଟ୍ରିନାଙ୍କ ବିନା ଅନୁମତିରେ ଉଠାଯିବା ସହିତ ଭାଇରାଲ ମଧ୍ୟ କରାଯାଇଥିଲା । ତେବେ ଏହି ଘଟଣାରେ ନିଜ ରାଗ ଜାହିର କରିଛନ୍ତି ସୋନାକ୍ଷୀ । ସୋନାକ୍ଷୀ ଗଣମାଧ୍ୟମକୁ କ୍ରିମିନାଲର ଆଖ୍ୟା ଦେଇଛନ୍ତି । କୌଣସି ମହିଳାଙ୍କର ବିନା ଅନୁମତିରେ ତାଙ୍କ […]

ସୋନାକ୍ଷୀଙ୍କ ରାଗ
Samaya Live Picture
Published On

ନିକଟରେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୂଚନା ଅନୁସାରେ କିଛି ଦିନ ତଳେ କ୍ୟାଟ୍ରିନାଙ୍କର ବାଲକୋନିର ଫଟୋ ବିଭିନ୍ନ ସ୍ଥାନରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋଟି କ୍ୟାଟ୍ରିନାଙ୍କ ବିନା ଅନୁମତିରେ ଉଠାଯିବା ସହିତ ଭାଇରାଲ ମଧ୍ୟ କରାଯାଇଥିଲା । ତେବେ ଏହି ଘଟଣାରେ ନିଜ ରାଗ ଜାହିର କରିଛନ୍ତି ସୋନାକ୍ଷୀ । ସୋନାକ୍ଷୀ ଗଣମାଧ୍ୟମକୁ କ୍ରିମିନାଲର ଆଖ୍ୟା ଦେଇଛନ୍ତି । କୌଣସି ମହିଳାଙ୍କର ବିନା ଅନୁମତିରେ ତାଙ୍କ ଘରେ ସେ ଥିବା ସମୟରେ ଫଟୋକୁ ଉଠାଇବା ଏବଂ ଭାଇରାଲ କରିବା ଏକ ଅପରାଧ ବୋଲି ସୋନାକ୍ଷୀ ମତ ଦେଇଛନ୍ତି । ସେହିଭଳି ସୋନାକ୍ଷୀଙ୍କର ଏହି ମତକୁ ସୋସିଆଲ ମିଡିଆରେୟୁଜର୍ସ ସପୋର୍ଟ କରୁଥିବା ଦେଖିବାକୁ ମିଳୁଛି । ସମସ୍ତେ ସୋନାକ୍ଷୀଙ୍କୁ ସମର୍ଥନ କରି ମିଡିଆ ଉପରେ ରାଗ ଝାଡୁଛନ୍ତି । ଏହାଫଳରେ ସେଲିବ୍ରିଟିଙ୍କ ପ୍ରାଇଭେସି ଉପରେ ଏକ ଆଲୋଚନା ଆରମ୍ଭ ହୋଇଛି । ଏହାପୂର୍ବରୁ ଆଲିଆ ଭଟ୍ଟଙ୍କର ଏହିଭଳି ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଆଲିଆ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।

Tags: