ସାମାଜିକ ଚାପ ଖୁବ ବଡ
ଅଭିନେତ୍ରୀ ମହିମା ଚୌଧୁରୀଙ୍କର ଆଗକୁ ଏକ ପ୍ରୋଜେକଫ ଆସିବାକୁ ଯାଉଛି ଯେଉଁଥିରେ ମହିମାଙ୍କୁ ଖୁବ ସ୍ୱତନ୍ତ୍ର ଚରିତ୍ରରେ ଦେଖିବାକୁ ମିଳିବ । ଏହି ଚରିତ୍ରକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ମଧ୍ୟ ଜାରି ରହିଛି । ଏଥିରେ ମହିମା ସଞ୍ଜୟ ମିଶ୍ରଙ୍କ ସହିତ ନଜର ଆସିଛନ୍ତି । ଫିଲ୍ମକୁ ନେଇ ମହିମା ନିକଟରେ ଏକ ସାକ୍ଷାତକାରରେ ମନଖୋଲି କଥା ହୋଇଛନ୍ତି । ଫିଲ୍ମରେ ମଣିଷଙ୍କ ଜୀବନ ଉପରେ ସମାଜର ଚାପ ଉପରେ ଦର୍ଶା ଯାଇଛି । ଜୀବନରେ ଏଭଳି ଅନେକ କାର୍ଯ୍ୟ ରହିଛି ଯାହା ଆମେ ସମାଜର ଚାପ ଡରରେ କରିନଥାଉ । ଏହି ସବୁ କାର୍ଯ୍ୟ କରିବାକୁ ଆମେ ଡରିଥାଉ, କାଳେ ଲୋକ କଣ କହିବେ । ଯାହାକୁ ଖୁବ ସୁନ୍ଦର ଭାବେ ଏହି ଫିଲ୍ମରେ ଚିତ୍ରଣ କରାଯାଇଛି ବୋଲି ମହିମା ମତ ଦେଇଛନ୍ତି । ଫିଲ୍ମରେ ସେ ସଞ୍ଜୟ ମିଶ୍ରଙ୍କ ସହିତ ଅଭିନୟ କରି ଖୁବ ଖୁସି ଅଛନ୍ତି । ସେଟ୍ରେ ଖୁବ ମଜାମସ୍ତିରେ କାମ ହୋଇଥିବା ମହିମା ପ୍ରକାଶ କରିଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ, ଆଜିକାଲିର ସମାଜପାଇଁ ଏହା ଏକ ବଡ ସନ୍ଦେଶ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଛନ୍ତି । ଏହିଭଳି ଆଗକୁ ବି ଭଲଭଲ ପ୍ରୋଜେକଫରେ ସେ ନିଜ ଅଭିନୟ ଜାରି ରଖିବେ ବୋଲି ମତ ଦେଇଛନ୍ତି ।


