ସୀରତଙ୍କ ରାଗ
ସାଉଥ୍ ଅଭିନେତ୍ରୀ ସୀରତ୍ କପୁର ନିକଟରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅଶୋଭନୀୟ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁଯାୟୀ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସୀରତ୍ ତାଙ୍କ ପ୍ରାଇଭେଟ୍ ଜେଟରେ ବସିଥିବାର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋରେ ଜଣେ ବ୍ୟକ୍ତି ତାଙ୍କୁ 'ଅଲ୍ଲୁ ଅର୍ଜୁନଙ୍କ ପ୍ରପର୍ଟି' ବୋଲି କମେଣ୍ଟ କରିଥିଲେ । ଏହି କମେଣ୍ଟକୁ ସୀରତ ପସନ୍ଦ କରିନଥିବା ବେଳେ ଏହାର କଡା ଯବାବ ଦେଇଥିବା ଦେଖିବାକୁ ମିଳିଛି । ଏହାର ଉତ୍ତରରେ ସୀରତ ଲେଖିଛନ୍ତି କି କୌଣସି ବି ମହିଳା କାହାର ସମ୍ପତ୍ତି ନୁହଁନ୍ତି । କାରଣ ସବୁ ମହିଳାଙ୍କର ନିଜସ୍ୱ ପରିଚୟ, ସ୍ୱପ୍ନ ଓ ସ୍ୱର ରହିଛି । ସୂଚନା ଅନୁସାରେ ୨୦୧୪ରେ ତେଲୁଗୁ ଚଳଚ୍ଚିତ୍ର 'ରନ୍ ରାଜା ରନ୍' ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିବା ସୀରତ୍ ଜଣେ ଜଣାଶୁଣା ଅଭିନେତ୍ରୀ, କୋରିଓଗ୍ରାଫର ତଥା ମଡେଲ ଅଟନ୍ତି । ସେ ପୂର୍ବରୁ ବଲିଉଡ ଫିଲ୍ମ 'ଜିଦ୍' ସମେତ 'ସେଭ୍ ଦ ଟାଇଗର୍ସ' ଓ 'ଭାମାକଳ୍ପମ ୨' ଭଳି ଲୋକପ୍ରିୟ ପ୍ରୋଜେକ୍ଟରେ କାମ କରି ସାରିଛନ୍ତି ।



