ସିଙ୍ଗର ଶିଳ୍ପା
କୱାଲା, ବେସରମ୍ ରଙ୍ଗ୍, ନଟ୍ ରମୈୟା ବସ୍ତାଭୈୟା ଆଦି ଅନେକ ସୁପରହିଟ୍ ଗୀତରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ବି ଟାଉନ୍ର ଚର୍ଚ୍ଚିତ ତଥା ଆଗଧାଡିର ଷ୍ଟାଇଲିସ୍ ତଥା ଷ୍ଟନିଙ୍ଗ୍ ସିଙ୍ଗର୍ ଶିଳ୍ପା ରାଓ । କେବଳ ବଡ ପରଦା ନୁହେଁ, ଛୋଟ ପରଦାରେ ବି ହିଟ୍ ଗୀତ ଦେଇ ସେ ଶୋ’ର ଟିଆର୍ପି ଲେବଲ୍କୁ କାହିଁ କେତେ ଉପରକୁ ନେଇଯାଇଛନ୍ତି । ବଲିଉଡ୍ର ଜଣେ ଆଗଧାଡିର ସିଙ୍ଗର୍ ହେଉଛନ୍ତି ଶିଳ୍ପା ରାଓ । ତାଙ୍କ ଭଏସ୍ ଯିଏ […]
କୱାଲା, ବେସରମ୍ ରଙ୍ଗ୍, ନଟ୍ ରମୈୟା ବସ୍ତାଭୈୟା ଆଦି ଅନେକ ସୁପରହିଟ୍ ଗୀତରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ବି ଟାଉନ୍ର ଚର୍ଚ୍ଚିତ ତଥା ଆଗଧାଡିର ଷ୍ଟାଇଲିସ୍ ତଥା ଷ୍ଟନିଙ୍ଗ୍ ସିଙ୍ଗର୍ ଶିଳ୍ପା ରାଓ । କେବଳ ବଡ ପରଦା ନୁହେଁ, ଛୋଟ ପରଦାରେ ବି ହିଟ୍ ଗୀତ ଦେଇ ସେ ଶୋ’ର ଟିଆର୍ପି ଲେବଲ୍କୁ କାହିଁ କେତେ ଉପରକୁ ନେଇଯାଇଛନ୍ତି ।
ବଲିଉଡ୍ର ଜଣେ ଆଗଧାଡିର ସିଙ୍ଗର୍ ହେଉଛନ୍ତି ଶିଳ୍ପା ରାଓ । ତାଙ୍କ ଭଏସ୍ ଯିଏ ବି ଶୁଣିଲା ସିଏ ତାଙ୍କର ଦିୱାନା ହୋଇଗଲା । ୧୯୮୪ ମସିହା ଏପ୍ରିଲ୍ ୧୧ରେ ଅପେକ୍ଷା ରାଓ ନæôରେ ଜମସେଦପୁରରେ ଜନ୍ମ ହୋଇଥିଲେ ଶିଳ୍ପା । କଲେଜରେ ପଢିବା ସମୟରେ ଫିଲ୍ମ ଅନୱର (୨୦୦୭)ରେ ତୋସେ ନୈନା ଗୀତା ଗାଇ ସେ ତାଙ୍କର ସିଙ୍ଗିଙ୍ଗ୍ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଗୀତଟି ଏତେ ସୁପରହିଟ୍ ହୋଇଥିଲା ଯେ ବର୍ଷର ସବୁଠୁ ଲୋକପ୍ରିୟ ଗୀତ ରୂପେ ପରିଚିତି ହାସଲ କରିଥିଲା । ଏହାପରେ ଫିଲ୍ମ ଦି ଟ୍ରେନ୍ର େୱା ଅଜନବୀ ଏବଂ ବଚନା ଏ ହସୀନୋର ଖୁଦା ଜାନେ ଗୀତ ଗାଇ ବେଷ୍ଟ୍ ଫିମେଲ୍ ପ୍ଲେ’ବ୍ୟାକ୍ ସିଙ୍ଗର୍ ରୂପେ ଫିଲ୍ମଫେୟାର୍ ପାଇଁ ନୋମିନେଟ୍ ହୋଇଥିଲେ । ପରେ ଫିଲ୍ମ ପା’ର ମୁଡି ମୁଡି ଇତେଫାକ୍ ସେ ଗୀତ ଗାଇ ଦ୍ୱିତୀୟ ଥର ଫିଲ୍ମଫେୟାର୍ ପାଇଁ ନୋମିନେଟ୍ ହେଲେ । ଆରମ୍ଭରୁ ଏଭଳି ଗୋଟିଏ ପରେ ଗୋଟିଏ ସଫଳତା ପାଇବା ପରେ ସେ ଆଉ କେବେ ବି ପଛକୁ ଫେରିଚାହିଁଲେ ନାହିଁ । ଏହାର କିଛିବର୍ଷ ପରେ ସିଙ୍ଗର୍ ତଥା କମ୍ପୋଜର ଏ.ଆର୍. ରେହମାନ୍ଙ୍କ ସହିତ ମିଶି ଇସ୍କ ସବା (ଜବ୍ ତକ୍ ହେ ଜାନ୍) ବ୍ୟତୀତ ମଲଙ୍ଗ୍ (ଧୁମ୍ ୩), ମେହେରବାନ୍ (ବ୍ୟାଙ୍ଗ୍ ବ୍ୟାଙ୍ଗ୍), ଲୁଟେରା (ମନ୍ମର୍ଜିୟା), ଆଜ୍ ଜାନେ କୀ ଜିଦ୍ ନା କରୋ (ୟେ ଦିଲ୍ ହୈ ମୁସକିଲ୍), ଘୁଙ୍ଗୁରୋ (ୱାର୍) ଆଦି ଗୀତ ଗାଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଚାଲିଲେ । ୱାର୍ ଫିଲ୍ମର ଘୁଙ୍ଗୁରୋ ଗୀତ ପାଇଁ ତାଙ୍କୁ ବେଷ୍ଟ ଫିମେଲ୍ ପ୍ଲେବ୍ୟାକ୍ ସିଙ୍ଗର୍ ରୂପେ ଫିଲ୍ମଫେୟାର୍ ଆୱାର୍ଡ ଦିଆଗଲା । ସେହିପରି ଶ୍ରେଷ୍ଠ କଣ୍ଠଶିଳ୍ପୀ ରୂପେ ଖୁଦା ଜାନେ ଗୀତ ପାଇଁ ସ୍କ୍ରିନ୍ ଆୱାର୍ଡ, ଦମ୍ ଦମ୍ (କୋକ୍ ଷ୍ଟୁଡିଓ ସିଜନ୍ ୨) ଗୀତ ପାଇଁ ଗ୍ଲୋବାଲ୍ ଇଣ୍ଡିଆନ୍ ମୁ୍ୟଜିକ୍ ଏକାଡେମୀ ଆୱାର୍ଡ, ଟିଭି ଶୋ’ ନଭ୍ୟାର ବେକାବୁ ଗୀତ ପାଇଁ ଇଣ୍ଡିଆନ୍ ଟିଭି ଏକାଡେମୀ ଆୱାର୍ଡ ସହିତ ଏକାଧିକ ଆୱାର୍ଡ ପାଇଁ ନୋମିନେଟ୍ ମଧ୍ୟ ହୋଇଛନ୍ତି ଶିଳ୍ପା । ଏହାବ୍ୟତୀତ ତମନ୍ନା ଭାଟିଆଙ୍କ ଅଭିନୀତ ଜେଲର୍ର କଭାଲା, ପଠାନ୍ର ବେସରମ୍ ରଙ୍ଗ୍, ଯୱାନର ଚଲେୟା ଓ ନଟ୍ ରମୈୟା ବସ୍ତାଭୈୟା ଗୀତ ଗାଇ ଶିଳ୍ପା ୱାଲïର୍ ୱାଇଡ୍ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି । ଯାହାଫଳରେ ତାଙ୍କର ଫ୍ୟାନ୍ବେସ୍ ବଢିଚାଲିଛନ୍ତି । ତେବେ ଏକମାତ୍ର ଇଣ୍ଡିଆନ୍ ସିଙ୍ଗର୍ ରୂପେ ଶିଳ୍ପା କୋକ୍ ଷ୍ଟୁଡିଓ ପାକିସ୍ତାନରେ ପ୍ୟାର୍ ଚନା ଦେ ଗୀତ ଗାଇ ବେଶ୍ ପ୍ରଶଂସା ସାଉଁଟିଥିଲେ । ନିଜର ସମସ୍ତ ଗୀତକୁ ନୂତନ ଶୈଳୀ ତଥା ଭିନ୍ନ ଢଙ୍ଗରେ ଗାଇ ସୋସିଆଲ୍ ମିଡିଆରେ ବି ସେ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ମାତ୍ର ତାଙ୍କର ପିଲାଦିନ ଥିଲା ଅନେକ ସଂଘର୍ଷମୟ । ତାଙ୍କ ବାପା ଜଣେ ସିଙ୍ଗର ହୋଇଥିବାରୁ ତାଙ୍କ ଠାରୁ ଅନୁପ୍ରେରିତ ହୋଇ ଶିଳ୍ପା ମଧ୍ୟ ମୁ୍ୟଜିକ୍ରେ କ୍ୟାରିଅର୍ କରିବାକୁ ଚାହିଁଲେ । ମାତ୍ର ୧୩ ବର୍ଷ ବୟସରୁ ସେ ସଂଗୀତ କ୍ଷେତ୍ରରେ ତାଲିମ ନେଇ ଅନେକ ଇଭେଣ୍ଟରେ ଲାଇଭ୍ ପର୍ଫମାନ୍ସ ଦେଲେ । ଏହାରି ଭିତରେ ନିଜ ପର୍ଫମାନ୍ସ ପାଇଁ ଅନେକ ଥର ପୁରସ୍କୃତ ମଧ୍ୟ ହେଲେ । ଏହାର କିଛିବର୍ଷ ପରେ ମୁମ୍ବାଇ ଆସି ସେଠାରେ ସେଟେଲ୍ ହୋଇଗଲେ ଏବଂ ଜିଙ୍ଗଲ୍ ଗୀତ ଗାଇ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟେ ତିଆରି କଲେ । ଏହାପରେ ନିଜର ହିଟ୍ ଉପରେ ହିଟ୍ ପ୍ରଦର୍ଶନ ଦେଇ ବେଶ୍ ସଫଳତା ପାଇବା ସହିତ ଦର୍ଶକଙ୍କ ନିକଟତର ହୋଇପାରିଲେ । ହିନ୍ଦୀ ବ୍ୟତୀତ ମାଲାୟାଲାମ୍, ତାମିଲ, ତେଲୁଗୁ, ପଞ୍ଜାବୀ, ଗୁଜୁରାଟୀ, ବେଙ୍ଗଲି ଆଦି ଭାଷାରେ ଗୀତ ଗାଇବା ସାଙ୍ଗକୁ କାଡ୍ବୋରୀ ମଞ୍ଚ୍, ସନ୍ସିá, ଆଙ୍କର୍ ଜେଲ୍ ଆଦି ଅନେକ ବିଜ୍ଞାପନ ପାଇଁ ମଧ୍ୟ ସେ ଗୀତ ଗାଇଛନ୍ତି ।




