ସାଇନିଂ ଷ୍ଟାର ଅନସୱାରା

ସାଇନିଂ ଷ୍ଟାର ଅନସୱାରା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରିଜେକ୍ଟ କରିଥିଲେ ବଡ ପ୍ରୋଜେକ୍ଟ

ଏଭଳି ଅନେକ ଅଭିନେତ୍ରୀ ବର୍ତ୍ତମାନ ପରଦାକୁ ଆସୁଛନ୍ତି ଯେଉଁମାନଙ୍କୁ ଭାରତୀୟ ସିନେମାର ଆଗାମୀ ପିଢିଭାବେ ପରିଗଣିତ କରାଯାଉଛି । ସେହିଭଳି ଜଣେ ଅଭିନେତ୍ରୀ ହେଲେ ଅସୱାରା ରାଜନ । ଯିଏ ବର୍ତ୍ତମାନ ନିଜର ନିଖୁଣ ଅଭିନୟ ପାଇଁ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି ।

ସମ୍ବନ୍ଧିତ ଖବର କରିଛନ୍ତି ଅନେକ ସଂଘର୍ଷ 

ମାଲାୟାଲମ୍ ସିନେମା ଜଗତର ଅନ୍ୟତମ ଉଦୀୟମାନ ତାରକା ଅନସୱରା ରାଜନଙ୍କ ଜୀବନ ଓ କ୍ୟାରିୟର ବେଶ୍ ପ୍ରେରଣାଦାୟୀ, ଯିଏକି ଖୁବ୍ କମ୍ ବୟସରେ ନିଜର ଅସାଧାରଣ ଅଭିନୟ ଶୈଳୀ ପାଇଁ ସମଗ୍ର ଭାରତରେ ପରିଚିତ ହୋଇପାରିଛନ୍ତି । ୨୦୦୨ ମସିହାରେ କେରଳର କନ୍ନୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅନସୱରାଙ୍କର ସିନେମା ପ୍ରତି ଥିବା ତାଙ୍କର ନିଷ୍ଠା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ସେ ୨୦୧୭ ମସିହାରେ ଚଳଚ୍ଚିତ୍ର 'ଉଦାହରଣମ ସୁଜାତା' ମାଧ୍ୟମରେ ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଯାହାପରେ ତାଙ୍କ କ୍ୟାରିୟରର ମୋଡ଼ ବଦଳିଥିଲା ୨୦୧୯ର ସୁପରହିଟ୍ ଫିଲ୍ମ 'ଥାନ୍ନିର ମଥାନ ଦିନଙ୍ଗଲ' ଜରିଆରେ । ଏହି ଫିଲ୍ମରେ ସେ ଜଣେ ସ୍କୁଲ୍ ଛାତ୍ରୀ ଭୂମିକାରେ ଏତେ ଜୀବନ୍ତ ଅଭିନୟ କରିଥିଲେ ଯେ ତାହା ତାଙ୍କୁ ଘରେ ଘରେ ପରିଚିତ କରିଥିଲା । ଏହାପରେ 'ସୁପର ଶରଣ୍ୟା' ପରି ଚଳଚ୍ଚିତ୍ରରେ ତାଙ୍କର କମେଡି ଓ ସ୍ବାଭାବିକ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ନିକଟରେ ମୁକ୍ତିଲାଭ କରିଥିବା ଏବଂ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଚଳଚ୍ଚିତ୍ର 'ନେରୁ'ରେ ମୋହନଲାଲଙ୍କ ସହ ଜଣେ ଦୃଷ୍ଟିହୀନ ସୂକ୍ଷ୍ମ କାରିଗର ଭୂମିକାରେ ତାଙ୍କର ପ୍ରଦର୍ଶନ ତାଙ୍କୁ ଏକ ନୂତନ ପରିଚୟ ଦେଇଛି, ଯେଉଁଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅନେକ ପୁରସ୍କାର ମଧ୍ୟ ମିଳିଛି । ଅନସୱରା କେବଳ ମାଲାୟାଲମ୍ ନୁହେଁ, ବରଂ ତାମିଲ ଚଳଚ୍ଚିତ୍ର 'ରାଙ୍ଗୀ' ଏବଂ ହିନ୍ଦୀ ଚଳଚ୍ଚିତ୍ର 'ୟାରିୟାଁ ୨' ମାଧ୍ୟମରେ ନିଜର କ୍ୟାରିୟରକୁ ବଢାଇଥିଲେ। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ଏବଂ ନିଜର ସ୍ପଷ୍ଟବାଦୀ ଚିନ୍ତାଧାରା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଅନେକ ବଡ଼ ବଡ଼ ବ୍ୟାନରର ପ୍ରୋଜେକ୍ଟ ରହିଛି, ଯାହା ତାଙ୍କ କ୍ୟାରିୟରକୁ ଖୁବ ଆଗକୁ ନେବ ବୋଲି ସେ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର ହେବ କି ବିବାହ !

Tags:

Related Posts