୧୮ ବର୍ଷରୁ ମଡେଲିଂ କରିଥିଲେ ସିଦ୍ଧାର୍ଥ

୧୮ ବର୍ଷରୁ ମଡେଲିଂ କରିଥିଲେ ସିଦ୍ଧାର୍ଥ
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମ  ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା ।  ପିତା ସୁନୀଲ ମାଲହୋତ୍ରା ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟରତ ଥିବାବେଳେ ମାତା ରିମ୍ମା ଜଣେ ଗୃହିଣୀ ଏବଂ ତାଙ୍କ ବଡ଼ ଭାଇ ହର୍ଷଦ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କାର୍ଯ୍ୟ କରନ୍ତି । ତେଣୁ ଏଭଳି ବ୍ୟାକଗ୍ରାଉଣ୍ଡରୁ ସିନେମାକୁ ଆସିବା ତାଙ୍କ ପାଇଁ ବେଶ କଠିନ ଥିଲା । ଡନ୍ ବୋସ୍କୋ ସ୍କୁଲ୍, ନେଭାଲ୍ ପବ୍ଲିକ୍ ସ୍କୁଲ୍ ଏବଂ ଶହୀଦ ଭଗତ ସିଂହ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିବା ସିଦ୍ଧାର୍ଥ ପ୍ରଥମେ ଏମବିଏ କରି କୋର୍ପୋରେଟ୍ ଦୁନିଆରେ କାମ କରିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ପିଲାଦିନରୁ ଫିଲ୍ମ ପ୍ରତି ରହିଥିବା ଆକର୍ଷଣ ଯୋଗୁଁ ୧୮ ବର୍ଷ ବୟସରେ ମଡେଲିଂ ଶିଳ୍ପରେ ପାଦ ଥାପିଥିଲେ । ପ୍ରସିଦ୍ଧ ଡିଜାଇନର ରୋବର୍ଟୋ କାଭାଲିଙ୍କ ସହ କାମ କରିବା ସହ ପ୍ରାୟ ୪ ବର୍ଷ ମଡେଲିଂ କରିବା ପରେ ଅଭିନୟ କ୍ଷେତ୍ରକୁ ଆସିବା ପାଇଁ ସେ ବିଜ୍ଞାପନ ଓ ଅଡିସନ୍ ଦେବା ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏକ ଫିଲ୍ମ ପାଇଁ ମନୋନୀତ ହୋଇ ସାଇନ୍ କରିଥିଲେ ବି ୬ ମାସ ପରେ ସେହି ପ୍ରୋଜେକ୍ଟଟି ବନ୍ଦ ହୋଇଯିବାରୁ ତାଙ୍କର ବଲିଉଡ୍ ଡେବ୍ୟୁ ଅସଫଳ ହୋଇଥିଲା । ଏହାପରେ ପ୍ରାୟ ୨୧ ବର୍ଷ ବୟସରେ ସେ ଅଭିନୟ ପାଇଁ ମୁମ୍ବାଇ ଆସିଥିଲେ, ହେଲେ ତାଙ୍କୁ ଏଠାରେ ଅନେକ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା । ଏପରିକି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା କଷ୍ଟକର ହୋଇପଡ଼ୁଥିଲା । ହେଲେ ଅଭିନୟ ପ୍ରତି ଥିବା ଭଲପାଇବା ତାଙ୍କୁ ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚାଇଛି ।

Tags: