ଶ୍ରୀଙ୍କ ନୂଆ ଅଧ୍ୟାୟ
ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏକ ରୋମାଣ୍ଟିକ୍ ମ୍ୟୁଜିକାଲ୍ ଫିଲ୍ମରେ ଶ୍ରୀଲୀଲା ନଜର ଆସିବାନେଇ ସୂଚନା ରହିଛି । ଯେଉଁଥିପାଇଁ ସେ ମୁମ୍ବାଇରେ ପହଞ୍ଚି ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି । ପୂର୍ବରୁ ସମୟସୀମା ସମସ୍ୟା ଯୋଗୁଁ ବିଳମ୍ବିତ ହୋଇଥିବା ଏହି ଫିଲ୍ମର ଅଧିକାଂଶ ସୁଟିଂ ଅଭିନେତା କାର୍ତ୍ତିକ ଆରିୟନ ଶେଷ କରିସାରିଥିବା ବେଳେ, ଏହା ୨୦୨୬ ମସିହାରେ ରିଲିଜ ହେବା ନେଇ ଆଶା କରାଯାଉଛି। ପ୍ରଥମେ 'ଆଶିକୀ ୩' ବୋଲି ଚର୍ଚ୍ଚା ହେଉଥିବା ଏହି ଚଳଚ୍ଚିତ୍ରଟିର ନାମ 'ତୁ ମେରୀ ଜିନ୍ଦଗୀ ହୈ' ରଖାଯାଇଛି । ଯାହାର ସଙ୍ଗୀତ ନିର୍ଦ୍ଦେଶନା ଭାର ପ୍ରସିଦ୍ଧ ସଙ୍ଗୀତକାର ପ୍ରୀତମ୍ ଗ୍ରହଣ କରିଛନ୍ତି । ନିକଟରେ ଅନନ୍ୟା ପାଣ୍ଡେଙ୍କ ସହ 'ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ'ରେ ନଜର ଆସିଥିବା କାର୍ତ୍ତିକଙ୍କ ହାତରେ 'ନାଗଜିଲା' ଓ 'ଭୁଲ୍ ଭୁଲେୟା ୪' ପରି ବଡ଼ ଚଳଚ୍ଚିତ୍ର ରହିଥିବା ବେଳେ, ପବନ କଲ୍ୟାଣଙ୍କ ସହ 'ଉସ୍ତାଦ୍ ଭଗତ୍ ସିଂ'ରେ ଅଭିନୟ କରିସାରିଥିବା ଶ୍ରୀଲୀଲା ଆଗାମୀ ଦିନରେ 'ଓମ୍ ଚାପ୍ଟର ୧: ଉଧିରାମ୍ - ଦ ବ୍ଲଡ୍ ଉଡ୍'ରେ ନଜର ଆସିବେ ।




