ନୂଆ ଫିଲ୍ମରେ ଶ୍ରେୟା

ନୂଆ ଫିଲ୍ମରେ ଶ୍ରେୟା
Ipsita Picture
By: Ipsita
Published On

 

ନିଜ ଅଭିନୟରେ ସମସ୍ତଙ୍କୁ ଦିୱାନା କରିଥିବା ଅଭିନେତ୍ରୀ ଶ୍ରେୟା ଚୌଧୁରୀଙ୍କୁ ଆଗକୁ ଏକ ଫିଲ୍ମରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ  ନଜର ଆସିବେ । ଫିଲ୍ମର ନାଁ  'ମୁପାପା' ରହିଛି , ଯାହାକି ୨୦୨୭ ମସିହା ଫେବୃଆରୀ ୧୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । 'ବନ୍ଦିଶ ବ୍ୟାଣ୍ଡିଟ୍ସ' ଏବଂ 'ଦି ମେହେଟା ବଏଜ୍' ଭଳି ୱେବ୍ ସିରିଜ୍ ଜରିଆରେ ପ୍ରଶଂସା ସାଉଁଟିଥିବା ଶ୍ରେୟା ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମାଟିକୁ ସମୀର ସକ୍ସେନା ନିର୍ଦ୍ଦେଶନା ଦେଉଥିବାବେଳେ ୟଶରାଜ ଫିଲ୍ମସ୍ ଏବଂ ପୋଷମ୍ ପା ପିକ୍ଚର୍ସ ଏହାର ମିଳିତ ପ୍ରଯୋଜନା କରୁଛନ୍ତି । ଚଳଚ୍ଚିତ୍ରର ପ୍ଲଟ୍ ଏବଂ କାହାଣୀ ସମ୍ପର୍କରେ ବିଶେଷ ସୂଚନା ନାହିଁ । ହେଲେ ଏହା ଏକ ନିଆରା ଓ ଭିନ୍ନ ସ୍ବାଦର ସିନେମା ହେବ ବୋଲି ଆଶା କରାଯାଉଛି । ଶ୍ରେୟା ସବୁବେଳେ ଦର୍ଶକଙ୍କ ମନ ନିଜ ଅଭିନୟ ଜରିଆରେ ଜିତିଛନ୍ତି, ତେଣୁ ଏଥିରେ ମଧ୍ୟ ସେ ଦର୍ଶକଙ୍କୁ ବାନ୍ଧି ରଖିବେ ବୋଲି ମେକର୍ସ ଆଶା ରଖିଛନ୍ତି ।

Tags: