ସୁସ୍ଥ ହୋଇ ଘରକୁ ଫେରିଲେ ଟେଲି ଅଭିନେତା ଶିବିନ ନାରଙ୍ଗ!
ମୁମ୍ବାଇ: ଟେଲି ଅଭିନେତା ଶିବିନ ନାରଙ୍ଗ ଗୁରୁତର ଆହତ ହୋଇଛନ୍ତି। ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଆନ୍ଧେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବିନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। View this post on Instagram All is well ❤️ For all my frnds , family n loved ones I’m back home ? Thankuu fr all your prayers & blessings […]
ମୁମ୍ବାଇ: ଟେଲି ଅଭିନେତା ଶିବିନ ନାରଙ୍ଗ ଗୁରୁତର ଆହତ ହୋଇଛନ୍ତି। ଗତ ରବିବାର ସନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଆନ୍ଧେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବିନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।
View this post on InstagramA post shared by Shivin Narang (@shivin7) on
ଶିବିନ ହଠାତ୍ ତାଙ୍କ ଘରେ ଥିବା ଗ୍ଲାସ୍ ଟେବୁଲ ଉପରେ ପଡ଼ିଯାଇଥିଲେ। ଫଳରେ କାଚ ଟେବୁଲ ଭାଙ୍ଗି ଯାଇଥିଲା। ଯାହାଦ୍ୱାରା ଶିବିନଙ୍କୁ ଗଭୀର ଆଘାତ ଲାଗିଥିଲା ଓ ତାଙ୍କର ଅନେକ ରକ୍ତ ବାହାରି ଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଆଘାତ ବର୍ତ୍ତମାନ ବହୁତ ଗଭୀର ରହିଛି, ଯାହାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ହିଁ ସେ ଘରକୁ ଯାଇପାରିବେ।
View this post on InstagramA post shared by Shivin Narang (@shivin7) on
ଡାକ୍ତରଖାନାରେ ସାମାଜିକ ଦୂରତା ହେତୁ ଶିବିନଙ୍କ ପିତାମାତାଙ୍କୁ ମଧ୍ୟ ସେମାନଙ୍କୁ ଭେଟିବାକୁ ଦିଆଯାଉ ନଥିଲା। ତେବେ ଗତ ୫ ମାସ ମଧ୍ୟରେ ଶିବିନ ନାରଙ୍ଗଙ୍କ ସହିତ ଏହା ଦ୍ୱିତୀୟ ଦୁର୍ଘଟଣା। ପୂର୍ବରୁ ଜାନୁଆରୀ ୨୦ରେ ଶିବିନଙ୍କୁ ହେୟାର ଲାଇନ୍ ଭାଙ୍ଗିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ସେ ଟେଲିଭିଜନର ହିଟ୍ ଶୋ’ ‘ବେହଦ୍ ୨’ରେ ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି। ଏବେ ତାଙ୍କ ସ୍ୱସ୍ଥ୍ୟାବସ୍ଥା ଭଲ ଅଛି ସେ ଘରକୁ ଫେରିଛନ୍ତି।
Tags:





