ସିଦ୍ଧାର୍ଥଙ୍କ ସ୍ମୃତିରେ ଗୀତ ରିଲିଜ କଲେ ଶେହନାଜ

ମୁମ୍ବାଇ: ଅକ୍‌ଟୋବର ୨୯: ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତୁ୍ୟରେ ଭାଙ୍ଗି ପଡ଼ିଥିବା ଶେହନାଜ ଗିଲ୍‌ ଦୁଇ ମାସ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି । ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଦୀର୍ଘ ଦିନ ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ଜରିଆରେ ଶେହନାଜ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ‘ତୁ ୟହିଁ ହେ’ ଟାଇଟଲ ବିଶିଷ୍ଟ ଏକ ଆଲବମ୍‌ ପୋଷ୍ଟର ସେୟାର କରିଛନ୍ତି ଶେହନାଜ […]

Samaya Live Picture
Published On

ମୁମ୍ବାଇ: ଅକ୍‌ଟୋବର ୨୯: ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତୁ୍ୟରେ ଭାଙ୍ଗି ପଡ଼ିଥିବା ଶେହନାଜ ଗିଲ୍‌ ଦୁଇ ମାସ ପରେ ସୋସିଆଲ ମିଡିଆକୁ ଫେରିଛନ୍ତି । ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଦୀର୍ଘ ଦିନ ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ଜରିଆରେ ଶେହନାଜ ସିଦ୍ଧାର୍ଥଙ୍କ ଲାଗି ନିଜ ନୂଆ ଗୀତର ଘୋଷଣା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ‘ତୁ ୟହିଁ ହେ’ ଟାଇଟଲ ବିଶିଷ୍ଟ ଏକ ଆଲବମ୍‌ ପୋଷ୍ଟର ସେୟାର କରିଛନ୍ତି ଶେହନାଜ । ସେଥିରେ ସେ ‘ତୁ ମେରା ହେ’ କ୍ୟାପସନ୍‌ରେ ଲେଖିଛନ୍ତି ।

ସିଦ୍ଧାର୍ଥଙ୍କ ସ୍ମୃତିରେ ଗୀତ ରିଲିଜ କଲେ ଶେହନାଜ

ସୂଚନାଥାଉଯେ, କିଛି ଦିନ ପୂର୍ବେ ‘ହାବିଟ୍‌’ ନାମକ ମୁ୍ୟଜିକ ଭିଡିଓ ରିଲିଜ ହୋଇଥିଲା । ଏହା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କର ଶେଷ ପ୍ରୋଜେକଫ ଥିଲା । ଉଭୟ ଏହି ଗୀତ ଅଧା ଶୁଟିଂ କରିଥିଲେ ଆଉ ଅଧା ଶୁଟିଂ ବାକି ରହିଥିଲା । କି;ୁ ସିଦ୍ଧାର୍ଥଙ୍କ ମୃତୁ୍ୟ ପରେ ଏହି ପ୍ରୋଜେକଫ ଅଧାରେ ରହିଯାଇଥିଲା । ଏହି ଦୁଇଜଣଙ୍କ ପ୍ରଶଂସକଙ୍କୁ ଧ୍ୟାନରେ ରଖି ଗୀତକୁ ରିଲିଜ୍‌ କରାଯାଥିଲା । ଏହି ଗୀତର ଶୁଟିଂରେ ଶେହନାଜ ଅତ୍ୟନ୍ତ ଭାବୁକ ହୋଇପଡିଥିଲେ ।

ସିଦ୍ଧାର୍ଥଙ୍କ ସ୍ମୃତିରେ ଗୀତ ରିଲିଜ କଲେ ଶେହନାଜ
ବିଗ୍‌ବସ-୧୩ ଶୋରୁ ଆରମ୍ଭ ହୋଇଥିବା ସିଦ୍ଧାର୍ଥ ଓ ଶେହନାଜଙ୍କ ବନ୍ଧୁତାକୁ ନେଇ ବି-ଟାଉନ୍‌ରେ ଖୁବ୍‌ ଗସିପ ଉଠିଲା । ବିଗ୍‌ ବସ୍‌ ହାଉସ୍‌ ବାହାରେ ମଧ୍ୟ ଏହି ଦୁଇ ବନ୍ଧୁ ବହୁ ସମୟରେ ଏକାଠି ଦେଖାଯାଉଥିଲେ । ଏହିପରିକି ସେମାନଙ୍କ ଯୋଡ଼ିକୁ ପ୍ରଶଂସକ ‘ସିଡ୍‌ନାଜ’ ନାମକରଣ କରିଥିଲେ ।