ନୂଆ ଚରିତ୍ରରେ ଶରବରୀ
ନିଜର ଦମଦାର ଅଭିନୟ ଏବଂ ଗୋଟିଏ ପରେ ଗୋଟିଏ ସଫଳ ସିନେମା ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଶରବରୀ ବାଗ ପୁଣି ଥରେ ଏକ ବଡ଼ ଧମାକା କରିବାକୁ ଯାଉଛନ୍ତି । 'ମେଁ ୱାପସ୍ ଆଉଙ୍ଗା'ର ଚର୍ଚ୍ଚିତ ଚେହେରା ଶରବରୀ ଏବଂ 'ସାୟାରା' ଫିଲ୍ମର ହିରୋ ଅହାନ ପାଣ୍ଡେ ପ୍ରଥମ ଥର ପାଇଁ ଏକାଠି ବଡ଼ ପରଦାରେ ରୋମାନ୍ସ ଓ ଆକ୍ସନର ଯାଦୁ ଦେଖାଇବେ । ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ମେଗା-ବଜେଟ୍ ଆକ୍ସନ-ରୋମାଣ୍ଟିକ ଫିଲ୍ମର ନିର୍ଦ୍ଦେଶନା ଭାର ପ୍ରସିଦ୍ଧ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ସମ୍ଭାଳୁଥିବା ବେଳେ ପ୍ରଯୋଜନା ଆଦିତ୍ୟ ଚୋପ୍ରା କରୁଛନ୍ତି । ଏହା ୨୦୨୭ ମସିହା ମାର୍ଚ୍ଚ ୨୬ରେ ପରଦାକୁ ଆସିବ ବୋଲି ଯୋଜନା ରହିଛି । ଫିଲ୍ମରେ ଶରବରୀଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମୁଖ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ଫ୍ୟାନଙ୍କୁ ଖୁବ ପସନ୍ଦ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି ।
Tags:




