ଶାହରୁଖଙ୍କ କ୍ରେଜ୍
ଶାହରୁଖ ବର୍ତ୍ତମାନ କେବଳ ବି ଟାଉନ୍ ନୁହେଁ ବରଂ ଗ୍ଲୋବାଲ ଷ୍ଟାରରେ ପରିଣତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ବଲିଉଡ୍ର ବାଦଶାହ ଭାବେ ନିଜର ସ୍ଥାନକୁ ବଜାୟ ରଖିଥିବା ଶାହରୁଖଙ୍କ କ୍ରେଜ୍ ହଲିଉଡ୍ରେ ମଧ୍ୟ ଦେଖିବାକୁ ମିଳିଛି । ମାର୍ଭେଲ୍ସର ନିର୍ଦ୍ଦେଶକ ନିଆ ଡାକୋଷ୍ଟା ଶାହରୁଖ ଖାନଙ୍କୁ ଲିଜେଣ୍ଡ୍ କହିବା ସହିତ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଶାହରୁଖଙ୍କ ଫ୍ୟାନମାନେ ଖୁବ ଉତ୍ସାହ […]
ଶାହରୁଖ ବର୍ତ୍ତମାନ କେବଳ ବି ଟାଉନ୍ ନୁହେଁ ବରଂ ଗ୍ଲୋବାଲ ଷ୍ଟାରରେ ପରିଣତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ବଲିଉଡ୍ର ବାଦଶାହ ଭାବେ ନିଜର ସ୍ଥାନକୁ ବଜାୟ ରଖିଥିବା ଶାହରୁଖଙ୍କ କ୍ରେଜ୍ ହଲିଉଡ୍ରେ ମଧ୍ୟ ଦେଖିବାକୁ ମିଳିଛି । ମାର୍ଭେଲ୍ସର ନିର୍ଦ୍ଦେଶକ ନିଆ ଡାକୋଷ୍ଟା ଶାହରୁଖ ଖାନଙ୍କୁ ଲିଜେଣ୍ଡ୍ କହିବା ସହିତ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଶାହରୁଖଙ୍କ ଫ୍ୟାନମାନେ ଖୁବ ଉତ୍ସାହ ଦେଖାଇଛନ୍ତି । ହଲିଉଡରେ କିଙ୍ଗ୍ ଖାନଙ୍କୁ ଅଭିନୟ କରିବାର ଦେଖିବା ପାଇଁ ସେମାନେ ସୋସିଆଲ ମିଡିଆରେ ମତ ଦେଇଛନ୍ତି । ତେବେ ଏନେଇ ଶାହରୁଖଙ୍କର ପ୍ରତିକ୍ରିୟା ଜଣା ପଡି ନାହିଁ । ପଠାନ୍ ଓ ଜୱାନ ପରେ ବର୍ତ୍ତମାନ ସେ ଡଙ୍କିର ରିଲିଜ୍କୁ ନେଇ ବ୍ୟସ୍ତ ଅଛନ୍ତି । ନବେଦଶକରୁ ନିଜର ଏକ ସ୍ୱତନ୍ତ୍ର ଫ୍ୟାନବେସ୍ ସୃଷ୍ଟି କରିପାରିଥିବା ଶାହରୁଖ ହଲିଉଡ୍ରେ ମଧ୍ୟ ଭଲ ଅଭିନୟ କରିବେ ବୋଲି ସମସ୍ତେ ମତ ଦେଇଛନ୍ତି ।




