ଶାହରୁଖଙ୍କ କମିଟମେଣ୍ଟ
ବଲିଉଡ୍ ବାଦଶାହା ଶାହରୁଖ୍ ଖାନ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'ଜେଲର ୨'ରେ କ୍ୟାମିଓ ରୋଲ୍ କରିବା ପ୍ରସ୍ତାବକୁ ରିଜେକ୍ଟ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶାହରୁଖ୍ ବର୍ତ୍ତମାନ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ 'କିଙ୍ଗ' ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଏହି ଫିଲ୍ମରେ ତାଙ୍କ ଝିଅ ସୁହାନା ଖାନ୍ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜେଲର ୨ର ମେକର୍ସ ଚାହୁଁଥିଲେ କି ଶାହରୁଖ୍ ଏହି ଫିଲ୍ମ ପାଇଁ ୫ ଦିନର ସୁଟିଂ କରନ୍ତୁ, କିନ୍ତୁ 'କିଙ୍ଗ' ପୂର୍ବରୁ ସେ ନିଜର ଏକ୍ସକ୍ଲୁସିଭ୍ ଲୁକ୍କୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି । 'ଜେଲର ୨' ଅଗଷ୍ଟ ୨୦୨୬ରେ ମୁକ୍ତିଲାଭ କରିବାକୁ ଥିବାବେଳେ 'କିଙ୍ଗ' ଡିସେମ୍ବର ୨୦୨୬ ପାଇଁ ସିଡ୍ୟୁଲ୍ ହୋଇଛି । ତେଣୁ ସମୟସୀମା ଏବଂ ନିଜ ପ୍ରୋଜେକ୍ଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସେ ରଜନୀକାନ୍ତଙ୍କୁ ନିଜର ଅସୁବିଧା ଜଣାଇଥିବାନେଇ ଆଲୋଚନା ହେଉଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'କିଙ୍ଗ'ରେ ଅଭିଷେକ ବଚ୍ଚନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଭଳି ବଡ଼ ଷ୍ଟାରକାଷ୍ଟ ନଜର ଆସିବେ, ଯାହାକୁ ନେଇ ଶାହରୁଖ୍ ବେଶ୍ ଆଶାବାଦୀ ଅଛନ୍ତି । କିଙ୍ଗ ଖାନଙ୍କର ନିଜ ଝିଅପାଇଁ ଥିବା କମିଟମେଣ୍ଟକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି ।



