ଦୁଃଖରେ ଅଛନ୍ତି ସେଲିନା
ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଚଳିତ ବର୍ଷ ମଧ୍ୟ ନିଜର ତିନି ପୁଅଙ୍କ ବିନା ଦୀପାବଳି ପାଳନ କରିଥିବାନେଇ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । ସେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସେ ନିଜ ସନ୍ତାନମାନଙ୍କଠାରୁ ଦୂରରେ ରହିବାକୁ ବାଧ୍ୟ ହୋଇଛନ୍ତିବୋଲି ପ୍ରକାଶ କରିଛନ୍ତି, ଯାହା ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରୁଥିବା ସେ କହିଛନ୍ତି । ଅଭିନେତ୍ରୀ ତିନି ପୁଅ ୱିନ୍ଷ୍ଟନ୍, ୱିରାଜ୍ ଓ ଆର୍ଥଙ୍କ ସହ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି । ଯେଉଁଥିରେ ସେ ସନ୍ତାନମାନଙ୍କୁ ମନେ ପକାଇବା ସହ ପିଲାମାନେ ହୁଏତ ମା'ର ଭଲପାଇବା ଭୁଲିଯାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ନିଜ ଗର୍ଭବସ୍ଥା ଅନୁଭୂତିଠାରୁ ଆରମ୍ଭ କରି ପିଲାମାନଙ୍କ ପାଇଁ ନିଜ ହାତରେ ଖାଦ୍ୟ ତିଆରି କରିବା, ସେମାନଙ୍କ ସହ ଖେଳିବା, ସେବା କରିବା ଏବଂ ଗୋଟିଏ କୋଳରେ ଶୁଆଇବାର ପ୍ରତ୍ୟେକ ସ୍ମୃତିକୁ ସେ ମନେ ପକାଇଛନ୍ତି । ସେହିଭଳି କୌଣସି ପରିସ୍ଥିତିରେ ବି ସେ ପିଲାମାନଙ୍କୁ ଛାଡ଼ି ନାହାନ୍ତି କିମ୍ବା ବାପା-ମା'ଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କହି ନାହାନ୍ତି ବୋଲି ସେଲିନା ସ୍ପଷ୍ଟ କରିଛନ୍ତି । ସେହିଭଳି ଆଜି ବି ସେ ସନ୍ତାନ ମାନଙ୍କର ଅପେକ୍ଷାରେ ଥିବାନେଇ ମତ ଦେଇଛନ୍ତି ।




