ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି

ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭୂମିଙ୍କ ନୂଆ ସିରିଜ

ଦିନଥିଲା ତାଙ୍କର ଉଚ୍ଚତା ଓ ରଙ୍ଗ ପାଇଁ ଖୁବ କଟାକ୍ଷର ସାମନା କରୁଥିଲେ ରାଣୀ ମୁଖାର୍ଜି । ହେଲେ ସେ ଆଜି ବଲିଉଡର ଜଣେ ଲେଡି ସୁପରଷ୍ଟାର । ପିତାଙ୍କର କଡା ବିରୋଧ, ଇଣ୍ଡଷ୍ଟ୍ରୀରେ ମଜାକ ଓ ଆର୍ଥିକ ସମସ୍ୟା ଏଭଳି ଅନେକ ବାଧା ବିଘ୍ନକୁ ଏଡାଇ ନିଜର ଆତ୍ମବିଶ୍ବାସ ଉପରେ ଭରଷା କରି ଆଗକୁ ବଢିଥିଲେ ରାଣୀ ମୁଖାର୍ଜି । ଏହି ଆତ୍ମବିଶ୍ବାସ ତାଙ୍କୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଜିତାଇବାରେ ସମର୍ଥ କରିଥିଲା । ଦିନେ ଫିଲ୍ମରୁ ରିଜେକ୍ଟ ହେଉଥିବା ରାଣୀ ବର୍ତ୍ତମାନ ନିଜ ଫିଲ୍ମ ମର୍ଦ୍ଦାନି ପାଇଁ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଏଥିରେ ତାଙ୍କର ଏକ ଭିନ୍ନ ଅନ୍ଦାଜକୁ ଦର୍ଶକ ଦେଖିବାକୁ ପାଇବେ । ପୂର୍ବଭାଗ ଭଳି ଚଳିତ ଭାଗରେ ମଧ୍ୟ ରାଣୀଙ୍କର ଆକସନ୍ ଦେଖିବାକୁ ମିଳିବ । ଦର୍ଶକ ରାଣୀଙ୍କର ଦମଦାର ଆକସନ୍ ଦେଖିବାକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମଟି ବ୍ଲକବଷ୍ଟର ଲିଷ୍ଟରେ ସାମିଲ ହେବ ବୋଲି ମେକର୍ସ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର ହଟିଲା କଟକଣା,ଏଣିକି ମଞ୍ଚ ଚଢ଼ିବେ ପିୟୁଷ

Tags: