ଆସୁଛି ସିଜିନ ୪
ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଏହାର ତୃତୀୟ ସିଜନ୍ ଏକ ସସ୍ପେନ୍ସ ମୋଡ଼ରେ ଶେଷ ହେବା ପରେ ବର୍ତ୍ତମାନ ଚତୁର୍ଥ ସିଜନ୍ ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି । ନିକଟରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଅଭିନେତା ମନୋଜ ବାଜପେୟୀ ସ୍ପଷ୍ଟ କରିଛନ୍ତି ଯେ, ତୃତୀୟ ସିଜନ୍ର ଅଧୁରା ପ୍ରଶ୍ନର ଉତ୍ତର ଆଗାମୀ ‘ସିଜନ୍ ୪’ରେ ମିଳିବ। ଯାହାପରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଏକ କାର୍ଯ୍ୟକ୍ରମରେ ମନୋଜ ସୂଚନା ଦେଇଥିଲେ ଯେ, ଶ୍ରୀକାନ୍ତ ତିୱାରୀଙ୍କ କାହାଣୀ ଏବେ ଶେଷ ହୋଇନାହିଁ ଏବଂ ଖୁବଶୀଘ୍ର ସେ ନୂଆ ରୂପରେ ପରଦାକୁ ଫେରିବେ । ତେବେ ନିର୍ମାତାଙ୍କ ପକ୍ଷରୁ କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଉତ୍ତର-ପୂର୍ବ ଭାରତର ମିଶନର ଅଧୁରା କାହାଣୀ ଏହି ନୂଆ ସିଜନ୍ରେ ଆଗକୁ ବଢ଼ିବା ସହ ଜୟଦୀପ ଅହଲାୱତ ଓ ନିମ୍ରତ କୌର ଆଦି ଏଥର ସିରିଜରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Tags:



