ଏକାଠି ସ୍କ୍ରିନ ସେୟାର
ପ୍ରସିଦ୍ଧ ବଲିଉଡ ଅଭିନେତା ସଲମାନ ଖାନ ଏବଂ ସାଉଥ ସୁପରଷ୍ଟାର ନୟନତାରା ପ୍ରଥମ ଥର ପାଇଁ ଏକ ବଡ଼ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ରରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । ସାଉଥ ଫିଲ୍ମମେକର ବାମଶୀ ପୈଡିପଲ୍ଲୀଙ୍କ ନିର୍ଦ୍ଦେଶନାରେ ଏବଂ ଜାତୀୟ ପୁରସ୍କାର ବିଜେତା ପ୍ରଯୋଜକ ଦିଲ୍ ରାଜୁଙ୍କ 'ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ସ' ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ମେଗା ପ୍ରୋଜେକ୍ଟର ଅସ୍ଥାୟୀ ନାମ 'SVC63' ରଖାଯାଇଛି । ସଲମାନଙ୍କ ସ୍ୱାଗ୍ ଏବଂ ନୟନତାରାଙ୍କ ଅଭିନୟର କମ୍ବିନେସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର ଆଶା ରଖିଛନ୍ତି । ଫିଲ୍ମରେ ହାଇ-ଲେଭଲ୍ ଆକ୍ସନ ସହିତ ଏକ ଭାବପ୍ରବଣରେ ପରିପୂର୍ଣ୍ଣ କାହାଣୀ ଦେଖିବାକୁ ମିଳିବ । ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଶୁଟିଂ ହେବାକୁ ଥିବା ଏହି ବଡ ବଜେଟର ଫିଲ୍ମଟି ଆସନ୍ତା ଏପ୍ରିଲ ୧୪ରୁ ସୁଟିଂ ଆରମ୍ଭ ହେବବୋଲି ଜଣା ପଡିଛି । ଫିଲ୍ମକୁ ନେଇ ଫ୍ୟାନଙ୍କ ସହିତ ମେକର୍ସ ସମସ୍ତେ ଖୁବ ଉତ୍ସାହିତ ଥିବା ଜଣା ପଡିଛି ।



