ସମସ୍ତଙ୍କ ପସନ୍ଦ ସାରା

ସମସ୍ତଙ୍କ ପସନ୍ଦ ସାରା
Ipsita Picture
By: Ipsita
Published On

 

ଦିନଥିଲା ଶିଶୁ କଳାକାର ଭାବେ ସମସ୍ତଙ୍କର ଅତିପ୍ରିୟ ଥିଲେ ସାରା ଅର୍ଜୁନ । ବର୍ତ୍ତମାନ କିନ୍ତୁ ଏହି ଶିଶୁକଳାକାର ଜଣଙ୍କ ବଡପରଦାରେ ଡେବ୍ୟୁକରିଛନ୍ତି ଏବଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛନ୍ତି ।

ନିକଟରେ ରିଲିଜ ହୋଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର । ଏଥିରେ ଦର୍ଶକ ରଣବୀରଙ୍କ ସହିତ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ପାଇଛନ୍ତି । ଏହି ନାୟିକାଙ୍କ ନାଁ ହେଉଛି ସାରା ଅର୍ଜୁନ, ଯାହାଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ମଲ୍ଟିଷ୍ଟାରର ଏହି ଫିଲ୍ମରେ ସାରା ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇ ପାରିଛନ୍ତି । ୨୦୦୫ରେ ଜନ୍ମିତ ସାରା ହେଉଛନ୍ତି ଭାରତୀୟ ଅଭିନେତା ରାଜ ଅର୍ଜୁନଙ୍କର ଝିଅ । ତେବେ ସାରା ନିଜର ଅଭିନୟ କ୍ୟାରିୟ ମାତ୍ର ୧୮ ମାସରୁ ଆରମ୍ଭ କରିଥିଲେ । ୧୮ ମାସରେ ସେ ଗୋଟେ ଟିଭି କର୍ମସିଆଲ ଆଡରେ ନଜର ଆସିଥିଲେ । ଏହାପରଠାରୁ ତାଙ୍କର କଳାକାରର ଯାତ୍ରା ଆରମ୍ଭ ହୋଇଥିଲା । ଶିଶୁ କଳାକାର ଭାବେ ସେ ପାଖାପାଖି ୧୦୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି । ମାତ୍ର ୬ବର୍ଷରେ ତାଙ୍କର ଚରିତ୍ର ନିଲା ପାଇଁ ଖୁବ ପ୍ରଶଂସା ସାଉଁଟିଥିଲେ । ଦୈଭା ଥିରୁମଙ୍ଗଲ ଫିଲ୍ମରେ ତାଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କ ବାପା ଭୂମିକାରେ ସୁପରଷ୍ଟାର ବିକ୍ରମ ନଜର ଆସିଥିଲେ । ତାଙ୍କୁ ଅନେକ ଫିଲ୍ମ ଯେପରି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଦେଖିବାକୁ ମିଳିଥିଲା । ୨୦୧୩ରେ ବଲିଉଡରେ ଏକ ଥି ଡାୟନରେ ମଧ୍ୟ ସେ ଅଭିନୟ କରିଥିଲେ । ତାଙ୍କୁ ଏକାଧୀକ ସିରିଜ ଯେପରି ଶୈଭମ, ସାଣ୍ଢ କି ଆଖଁ ପନିୟେନି ସେଲଭାନରେ ନଜର ଆସିଛନ୍ତି । ଏହାପରେ ତାଙ୍କୁ ବର୍ତ୍ତମାନ ଧୁରନ୍ଧର ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଅଭିନୟ କରି ମଧ୍ୟ ଖୁବ ଖୁସି ଅଛନ୍ତି ସାରା । ତାଙ୍କୁ ଏହି ଫିଲ୍ମ ସେଟରୁ ଅଭିନୟ ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଥିବା ଅନେକ ସାକ୍ଷାତକାରରେ ମତ ଦେଉଛନ୍ତି । ମାତ୍ର ୨୦ ବର୍ଷରେ ଏଭଳି ଭଲ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଉଥିବାର ଦେଖିବାକୁ ମିଳୁଛି । ସେହିଭଳି ସମୀକ୍ଷକ ଓ ଦର୍ଶକ ମଧ୍ୟ ତାଙ୍କ ଚରିତ୍ରକୁ ଖୁବ ଭଲ ପାଇବା ଦେଉଛନ୍ତି । ୨୦୦୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସାରା । ପିଲାଦିନ ମୁମ୍ବାଇରେ କଟିଥିଲା, ବାପା ଜଣେ ଅଭିନେତା ହୋଇଥିବାରୁ ପିଲାଦିନୁ ଅଭିନୟ ପାଇଁ ଆଗ୍ରହ ରହିଥିଲା । ଜଣେ ଶିଶୁକଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ସାରା ବର୍ତ୍ତମାନ ବଡ ପ୍ରୋଜେକ୍ଟରେ ବି କମାଲ ଦେଖାଇବା ଆରମ୍ଭ କରିଛନ୍ତି ।

Tags: