ସାରାଙ୍କ ଭକ୍ତି

ଅନେକ ସମୟରେ ସାରା ଅଲ୍ଲୀ ଖାନ୍‌ଙ୍କ ବିଭିନ୍ନ ଧର୍ମୀୟ ସ୍ଥଳ ବୁଲୁଥିବାର ଫଟୋ ଭାଇରାଲ ହୋଇଥାଏ । କେତେବେଳେ କେଦାରନାଥ ତ କେତେବେଳେ ରୁଦ୍ରନାଥ, ଏହିଭଳି ଅନେକ ଧର୍ମୀୟ ସ୍ଥାନ ସେ ବୁଲୁଥିବା ସମସ୍ତେ ଦେଖିବାକୁ ପାଇଥାଆନ୍ତି । ଏହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥାଆନ୍ତି । ସେହିଭଳି ନିକଟରେ ସେ ବାବା ରୁଦ୍ରନାଥଙ୍କର ଦର୍ଶନ କରିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ସାରାଙ୍କର […]

ସାରାଙ୍କ ଭକ୍ତି
Samaya Live Picture
Published On

ଅନେକ ସମୟରେ ସାରା ଅଲ୍ଲୀ ଖାନ୍‌ଙ୍କ ବିଭିନ୍ନ ଧର୍ମୀୟ ସ୍ଥଳ ବୁଲୁଥିବାର ଫଟୋ ଭାଇରାଲ ହୋଇଥାଏ । କେତେବେଳେ କେଦାରନାଥ ତ କେତେବେଳେ ରୁଦ୍ରନାଥ, ଏହିଭଳି ଅନେକ ଧର୍ମୀୟ ସ୍ଥାନ ସେ ବୁଲୁଥିବା ସମସ୍ତେ ଦେଖିବାକୁ ପାଇଥାଆନ୍ତି । ଏହାର ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥାଆନ୍ତି । ସେହିଭଳି ନିକଟରେ ସେ ବାବା ରୁଦ୍ରନାଥଙ୍କର ଦର୍ଶନ କରିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ସାରାଙ୍କର ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧାର ଖୁବ ପ୍ରଶଂସା କରୁଛନ୍ତି । ଫ୍ୟାନମାନେ ତାଙ୍କର ଏହି ଅନ୍ଦାଜକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ନିଜ କର୍ମମୟ ଜୀବନରୁ ସେ କିଛି ସମୟ କାଢି ଠାକୁରଙ୍କ ଦର୍ଶନରେ କାଟୁଛନ୍ତି । ସେହିଭଳି ସାରା ମଧ୍ୟ ଏହି ସମସ୍ତ ସମୟକୁ ଖୁବ ଉପଭୋଗ କରିଥାଆନ୍ତି ।

Tags: