ଜିଦ୍ଖୋର୍ ଥିଲେ ସଞ୍ଜୟ
ଫିଲ୍ମ ଷ୍ଟାର୍ ସଞ୍ଜୟ ଦତ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସବୁ ଶୁଣିବାକୁ ମିଳୁଛି । ସେ ପିଲାଦିନେ ବହୁ ଜିଦ୍ଖୋର ଥିଲେ । ସୁନିଲ ଦତ୍ତ ଏବଂ ନରଗିସ ଦତ୍ତଙ୍କ ସୁପୁତ୍ର ସଞ୍ଜୟ ତାଙ୍କ ଘରର ସବୁଠାରୁ ସାନ ଥିଲେ । ତେଣୁ ବହୁ ସ୍ନେହରେ ସେ ବଢିଥିଲେ । ଏଭଳିକି ତାଙ୍କର ପ୍ରତିଟି ଅଳି ଅଝଟକୁ ପରିବାର ଲୋକେ ସହୁଥିଲେ । ଦିନକର କଥା ସଞ୍ଜୟଙ୍କ ବାପା ସୁନୀଲ କଶ୍ମିରରେ ଏକ ଫିଲ୍ମ ସୁଟିଂ […]
ଫିଲ୍ମ ଷ୍ଟାର୍ ସଞ୍ଜୟ ଦତ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସବୁ ଶୁଣିବାକୁ ମିଳୁଛି । ସେ ପିଲାଦିନେ ବହୁ ଜିଦ୍ଖୋର ଥିଲେ । ସୁନିଲ ଦତ୍ତ ଏବଂ ନରଗିସ ଦତ୍ତଙ୍କ ସୁପୁତ୍ର ସଞ୍ଜୟ ତାଙ୍କ ଘରର ସବୁଠାରୁ ସାନ ଥିଲେ । ତେଣୁ ବହୁ ସ୍ନେହରେ ସେ ବଢିଥିଲେ । ଏଭଳିକି ତାଙ୍କର ପ୍ରତିଟି ଅଳି ଅଝଟକୁ ପରିବାର ଲୋକେ ସହୁଥିଲେ । ଦିନକର କଥା ସଞ୍ଜୟଙ୍କ ବାପା ସୁନୀଲ କଶ୍ମିରରେ ଏକ ଫିଲ୍ମ ସୁଟିଂ କରୁଥିଲେ । ଏହି ସମୟରେ ପତ୍ନୀ ନରଗିସ ସଞ୍ଜୟଙ୍କୁ ନେଇ ସେଟ୍ରେ ପହଞ୍ଚିଲେ । ହୋଟେଲ୍ ରୁମ୍ରେ ଥିବା ସମୟରେ ମା’ଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ସଞ୍ଜୟ ସିଗାରେଟ୍ ପିଇବା ପାଇଁ ଜିଦ୍ କରିଥିଲେ । ତେଣୁ ନରଗୀସ ତାଙ୍କୁ ମାଡ ମାରିବା ସମୟରେ ସୁନୀଲ ସେଠାରେ ପହଞ୍ଚି ସଞ୍ଜୟଙ୍କୁ ସିଗାରେଟ୍ ପିଇବା ପାଇଁ କହିଲେ । ସେ ଭାବୁଥିଲେ ସିଗାରେଟ୍ ଧୂଆଁ ଥରେ ଭିତରକୁ ପଶିବା ପରେ ସଞ୍ଜୟଙ୍କୁ କାଶ ହେବ ଏବଂ ସେ ସିଗାରେଟ୍ ପିଇବା ଜିଦ୍ ଛାଡିଦେବେ । ମାତ୍ର ଏହା ପରିବର୍ତ୍ତେ ସଞ୍ଜୟ ପୂରା ସିଗାରେଟ୍ ଟାଣିଦେଇଥିଲେ । ଏହା ଦେଖି ସୁନୀଲ ରାଗିଯାଇଥିଲେ ଏବଂ ଖରାରେ ଛିଡା କରାଇ ତାଙ୍କୁ ଦଣ୍ଡ ଦେଇଥିଲେ । ତାଙ୍କ ଜିଦ୍ ଏତିକିରେ ଅଟକିନଥିଲା । ଦିନେ ସଞ୍ଜୟ ବାପା-ମା’ଙ୍କ ସହ ଇଟାଲୀ ଯାଇଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂରେ ଯୋଗଦେବା ସମୟରେ ସଞ୍ଜୟ ଘୋଡାରେ ବସିବା ପାଇଁ ଜିଦ୍ କଲେ । ଏପରିକି ରାସ୍ତା ଉପରେ ଶୋଇ କାନ୍ଦିବାକୁ ଲାଗିଲେ । ଗେଷ୍ଟମାନଙ୍କ କହିବା ପରେ ସଞ୍ଜୟଙ୍କୁ ପ୍ରଥମେ ଘୋଡା ଉପରେ ବସାଗଲା ଏବଂ ପରେ ମିଟିଂ ହେଲା । ଏହାସହ ତାଙ୍କୁ ଘରେ ଅନେକ ଥର ସିଗାରେଟ୍ ପିଇବା ସମୟରେ ଧରାଯାଇଛି । ସୁନୀଲ ସିଗାରେଟ୍ ପିଇବା ପରେ ଏହାର ବଳକା ଅଂଶ ଫୋପାଡି ଦେଉଥିଲେ ଏବଂ ସଞ୍ଜୟ ଏହାକୁ ନେଇ ପିଉଥିଲେ । ଦିନେ ସେ ଖଟ ତଳେ ସିଗାରେଟ୍ ପିଉଥିବା ଦେଖି ତାଙ୍କ ବାପା ତାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ବୋର୍ଡିଂ ସ୍କୁଲ୍ରେ ଭର୍ତ୍ତି କରିଥିଲେ । ବୋର୍ଡିଂ ସ୍କୁଲ୍ରୁ ଫେରିବା ପରେ ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା । କଲେଜ୍ରେ ଆଡମିସନ୍ ପରେ ଜଣେ ବନ୍ଧୁଙ୍କ କଥାରେ ପଡି ସେ ଡ୍ରଗ୍ସ ନେବା ଆରମ୍ଭ କରିଦେଲେ ଏବଂ ପରେ ସେ ଏହାର ଅଭ୍ୟାସରେ ପଡିଗଲେ । ତାଙ୍କ ଲାଇଫ୍ ଷ୍ଟୋରୀକୁ ନେଇ ୨୦୧୮ ମସିହାରେ ସଞ୍ଜୁ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ମାତ୍ର ୬ ବର୍ଷ ବୟସରେ ମା’ ନରଗିସଙ୍କ ସାମନାରେ ସିଗାରେଟ୍ ପିଇବା ପାଇଁ ଜିଦ୍ କରିଥିବା ସଞ୍ଜୟ ୧୮ ବର୍ଷ ବୟସରେ ବିଶ୍ୱର ପ୍ରତିଟି ନିଶା ଖାଇଥିଲେ । ଏକଦା ସେ ନିଶା କରି ଦୁଇଦିନ ପର୍ଯ୍ୟନ୍ତ ଶୋଇରହିଥିଲେ । ବମ୍ ବ୍ଲାଷ୍ଟ୍ରେ ବି ତାଙ୍କର ନାଁ ସାମିଲ ଥିଲା । ଏହାସହ ଜେଲ୍ ଯିବା ସହିତ ଅଣ୍ଡରୱାଲïର୍ ଡନ୍ ସାଙ୍ଗରେ ବି ସମ୍ପର୍କ ରଖିଥିଲେ ।




