‘ପାନ ସିଂ ତୋମାର’ର ଲେଖକ ସଞ୍ଜୟ ଚୌହାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ‘ଆଇ.ଆମ କାଲାମ’ ଏବଂ ‘ପାନ ସିଂ ତୋମାର’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ଲେଖକ ସଞ୍ଜୟ ଚୌହାନ୍ଙ୍କ ଦେହାନ୍ତ। ସେ ଗତ ୧୦ ଦିନ ଧରି HN ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସଞ୍ଜୟ ଚୌହାନ ଦୀର୍ଘ ବର୍ଷ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ସଞ୍ଜୟ ଚୌହାନ ଜଣେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସୋନି […]

Samaya Live Picture
Published On

ନୂଆଦିଲ୍ଲୀ : ‘ଆଇ.ଆମ କାଲାମ’ ଏବଂ ‘ପାନ ସିଂ ତୋମାର’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ଲେଖକ ସଞ୍ଜୟ ଚୌହାନ୍ଙ୍କ ଦେହାନ୍ତ। ସେ ଗତ ୧୦ ଦିନ ଧରି HN ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସଞ୍ଜୟ ଚୌହାନ ଦୀର୍ଘ ବର୍ଷ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ।

ସଞ୍ଜୟ ଚୌହାନ ଜଣେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସୋନି ଟିଭି ପାଇଁ କ୍ରାଇମ ସିରିଏଲ ‘ଭାଁୱାର’ ର ସଂଳାପ ଲେଖିବା ପରେ ସେ ଦିଲ୍ଲୀ ରୁ ମୁମ୍ବାଇ ଆସିଥିଲେ । ସେ ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହାଜରୋଂ ଖ୍ୱାଇସେ ଐସୀ ‘ର ସଂଳାପ ମଧ୍ୟ ଲେଖିଥିଲେ ଯେଉଁଥିରେ ଜ୍ୟୋତି ଅହୁଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

‘ ଆଇ ଆମ୍ କଲାମ’ ଫିଲ୍ମ ପାଇଁ ସଞ୍ଜୟ ଚୌହାନଙ୍କୁ ୨୦୧୧ ମସିହାରେ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାବାଦ ଆହୁରି ବହୁ ଫିଲ୍ମର ଲେଖନୀ ପାଇଁ ସଞ୍ଜୟ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ‘ଧୁପ’, ‘ମେନେ ଗାନ୍ଧୀ କୋ ନେହିଁ ମାରା’ ପରି ଫିଲ୍ମ ବି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହାବାଦ ସେ ‘ସାହେବ ବିବି ଓ ଗ୍ୟାଙ୍ଗଷ୍ଟର’ ଫିଲ୍ମକୁ ତିଗମାଂସୁ ଧୁଲିଆଙ୍କ ସହ ମିଶି ଲେଖିଥିଲେ।

ସୂଚନା ଅନୁଯାୟୀ, ସଞ୍ଜୟ ଚୌହାନ ମୂଳତଃ ଭୋପାଳ ନିବାସୀ। ତାଙ୍କ ବାପା ରେଳବାଇରେ ଚାକିରି କରୁଥିବା ବେଳେ ମା’ ଜଣେ ଶିକ୍ଷୟିତ୍ରୀ ଥିଲେ। ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ଝିଅ ସାରା ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଛନ୍ତି।

Tags: